
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଜଣେ ଗ୍ରାହକ କି? ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କରୁଛନ୍ତି? ଯଦି ହଁ,ତେବେ ଯଥା ଶୀଘ୍ର ଯାଇ ନିଜର ମୋବାଇଲ୍ ନମ୍ବରକୁ ବ୍ୟାଙ୍କ ଶାଖାରେ ପଞ୍ଜିକରଣ କରାଇ ନିଅନ୍ତୁ। ନଚେତ ଆସନ୍ତା ଡିସେମ୍ବର ପହିଲାରୁ ଆଉ ନେଟ୍ ବ୍ୟାଙ୍କିଙ୍ଗ୍ କରିପାରିବେ ନାହିଁ। ଆପଣ ଏହି ସୁବିଧାରୁ ବଞ୍ଚିତ ହୋଇ ଯିବେ। ଆପଣଙ୍କ ଆକାଉଣ୍ଟ୍ ବ୍ଲକ୍ ହୋଇଯିବ। ଏସ୍ବିଆଇ ଏହା ସ୍ପଷ୍ଟ କରି ଦେଇଛି।
ଏସ୍ବିଆଇ ଏହାର ଇଣ୍ଟରନେଟ ବ୍ୟାଙ୍କିଙ୍ଗ୍ ୱେବସାଇଟ୍ “onlinesbi” ରେ କହିଛି, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ୟୁଜରଗଣ ଦୟାକରି ନିଜର ମୋବାଇଲ୍ ନମ୍ବରକୁ ଯଥାଶୀଘ୍ର ନିଜ ଆକାଉଣ୍ଟ୍ ସହତି ପଞ୍ଜିକରଣ କରାଇ ନିଅନ୍ତୁ। ଏଥିପାଇଁ ଚଳିତ ବର୍ଷ ନଭେମ୍ବର ୩୦ ହେଉଛି ଶେଷ ତାରିଖ।
ଆର୍ବିଆଇର ନିର୍ଦ୍ଦେଶନାମା ଅନୁସାରେ ବ୍ୟାଙ୍କ ହିତାଧିକାରୀ ନିଜ ମୋବାଇଲ ନମ୍ବର ଆକାଉଣ୍ଟ ଖାତା ସହିତ ପଞ୍ଜୀକରଣ କରାଇବେ। ଏହା ଦ୍ୱାରା ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସୂଚନା ଏମ୍ଏମ୍ଏସ୍ ମାଧ୍ୟମରେ ପଠାଯାଇ ପାରିବ। ଏହାକୁ ଆଧାର କରି ଏସ୍ବିଆଇ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଏଭଳି ସୂଚନା ଦେଇଛି।
from Odisha Reporter https://ift.tt/2RIbyYK
No comments:
Post a Comment