ହୃଦ୍‌ଘାତ ଓ ଡାଇବେଟିସ୍‌ରୁ ସୁରକ୍ଷା ଦିଏ ବେଲ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ହୃଦ୍‌ଘାତ ଓ ଡାଇବେଟିସ୍‌ରୁ ସୁରକ୍ଷା ଦିଏ ବେଲ ପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବେଲ ଗଛ ଏକ ଔଷଧୀୟ ବୃକ୍ଷ ଭାବେ ଜଣାଶୁଣା। ଫଳ ଭଳି ଏହାର ପତ୍ର ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ।

ବେଲ ପତ୍ରରେ ଭିଟାମିନ୍‌ ଏ’, ବି’ ଏବଂ ସି’ ରହି।  ବେଲ ପେଟ ପାଇଁ କେତେ ଉପକାରୀ ତାହା ତ ଆପଣ ନିଶ୍ଚୟ ଜାଣିଥିବେ। ଏବେ ଆସନ୍ତୁ ଜାଣିବା, ବେଲ ପତ୍ରରେ ଥିବା ଔଷଧୀୟ ଗୁଣ ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା କି କି ରୋଗରୁ ଉପଶମ ମିଳିଥାଏ। ଆପଣ ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେଲେ, ବେଲ ପତ୍ରର ରସ ତିଆରି କରି ପିଅନ୍ତୁ। ଏହା ଦ୍ୱାରା ଥଣ୍ଡା ଭଲ ହୋଇଥାଏ।
କୌଣସି ବିଷାକ୍ତ ପୋକ ଆପଣଙ୍କ ଶରୀରକୁ କାମୁଡ଼ି ଦେଲେ ସେହି ଅଂଶଟି ଲାଲ ପଡ଼ିଯିବା ସହ କୁଣ୍ଡାଇ ହୋଇଥାଏ। ସେହି ସ୍ଥାନରେ ବେଲ ପତ୍ରର ରସ ଲଗାନ୍ତୁ। ଏହା ଦ୍ୱାରା ଶୀଘ୍ର ସୁଫଳ ମିଳିବ।
ପେଟ ଗରମ ହେବା କାରଣରୁ ଯଦି ପାଟିରେ ଘା’ ଭଳି ବିରି ବିରି ହୋଇଥାଏ, ତେବେ ବେଲ ପତ୍ରକୁ ଚୋବାଇ ଖାଆନ୍ତୁ। ଏହା ଦ୍ୱାରା ଘା’ ଶୀଘ୍ର ଭଲ ହୋଇଯିବ।
ହୃଦ୍‌ ରୋଗୀଙ୍କ ପାଇଁ ବେଲ ପତ୍ର ଖୁବ୍‌ ଉପକାରୀ। ପ୍ରତିଦିନ ବେଲ ପତ୍ରର ରସ ତିଆରି କରି ପିଅନ୍ତୁ। ଏହାଦ୍ୱାରା ହୃଦ୍‌ଘାତର ଆଶଙ୍କା କମି ଯାଇଥାଏ।
ଶ୍ୱାସ ରୋଗୀଙ୍କ ପାଇଁ ମଧ୍ୟ ବେଲ ପତ୍ର ଟନିକ୍‌ ଭଳି କାମ କରିଥାଏ। ଶ୍ୱାସ ରୋଗୀ ପ୍ରତିଦିନ ବେଲ ପତ୍ରର ରସ ପିଇବା ଆବଶ୍ୟକ।
ଶରୀରରୁ ଦୁର୍ଗନ୍ଧ ବାହାରୁଥିଲେ, ବେଲ ପତ୍ରର ରସ ଦେହରେ ଲଗାଇ ଅଧ ଘଣ୍ଟା ପରେ ଗାଧୋଇଲେ ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
ଉଷୁମ ପାଣିରେ ଅଳ୍ପ ମହୁ ଏବଂ ବେଲ ପତ୍ରର ରସ ପକାଇ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ।ଯଦି ଆପଣଙ୍କର କେଶ ଝଡ଼ିବା ଭଳି ସମସ୍ୟା ଅଛି, ତା’ହେଲେ ସତେଜ ବେଲ ପତ୍ର ଖାଆନ୍ତୁ। ଏହା ଦ୍ୱାରା କେଶ ଝଡ଼ିବା କମି ଯିବ।
ଯଦି ଆପଣ ପାଇଲ୍‌ସ୍‌ ରୋଗରେ ଆକ୍ରାନ୍ତ, ତେବେ ବେଲ ପତ୍ର ଆପଣଙ୍କୁ ବହୁତ ସୁଫଳ ଦେବ।  ଏହା ସହ ଆପଣ ବେଲ ଗଛର ମୂଳକୁ କାଟି ଆଣି ଶୁଖାଇ ଦିଅନ୍ତୁ ତା ପରେ ସେଥିରେ ମିଶ୍ରି ମିଶାଇ ଗୁଣ୍ଡ କରି ନିଅନ୍ତୁ। ଏହି ଗୁଣ୍ଡକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଥଣ୍ଡା ପାଣିରେ ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ଆପଣ ଅନେକ ସୁଫଳ ପାଇପାରିବେ।
ପେଟ ରୋଗ ପାଇଁ ଏହା ରାମବାଣ ଭଳି କାମ କରିଥାଏ। ଏହା ଏସିଡିଟି ହେବାକୁ ଦିଏ ନାହିଁ।
ଛୋଟ ପିଲାଙ୍କ ପେଟରେ କୃମି ହୋଇଥିଲେ ବେଲ ପତ୍ରର ରସ ଅଳ୍ପ ଅଳ୍ପ ପିଆନ୍ତୁ ଏହା ଦ୍ୱାରା କୃମି ନଷ୍ଟ ହୋଇଯା’ନ୍ତି।
ଡାଇବେଟିସ୍‌ ରୋଗୀ ମଧ୍ୟ ପ୍ରତିଦିନ ବେଲ ପତ୍ର ଖାଇବା ଦରକାର। ଏହା ଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣରେ ରହେ।
ଯଦି ଆପଣଙ୍କ ମୁହଁରେ କୌଣସି ଦାଗ ରହିଛି, ତେବେ ବେଲ ପତ୍ରକୁ ବାଟି ମୁହଁରେ ଲଗାନ୍ତୁ। ଅନେକ ସମୟରେ ମୁହଁ କୁଣ୍ଡାଇ ହୋଇ ମଧ୍ୟ ଦାଗ ସୃଷ୍ଟି ହୋଇଥାଏ। ସେହି ସ୍ଥାନରେ ଆପଣ ବେଲ ପତ୍ର ରସ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରେ ଥିବା ଜୀବାଣୁ ନଷ୍ଟ ହୋଇଯିବେ।
ରକ୍ତ ଅପରିଷ୍କାର ଥିଲେ, ବେଲ ପତ୍ରର ରସ ସେବନ କରନ୍ତୁ। ଏହାଦ୍ୱାରା ରକ୍ତ ପରିଷ୍କାର  ରହିଥାଏ।



from Odisha Reporter https://ift.tt/2QQVVgt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages