ମିଛୁଆ ରାଧୁଆ ନହୋଇ ଓଡ଼ିଶାର ଲୋକଙ୍କ ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେବାକୁ ନବୀନଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ମିଛୁଆ ରାଧୁଆ ନହୋଇ ଓଡ଼ିଶାର ଲୋକଙ୍କ ସ୍ୱାସ୍ଥ୍ୟ ସେବାର ଦାୟିତ୍ୱ ନେବାକୁ ନବୀନଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାରେ ଏବେ ବିତର୍କ ହେଉଛି। ରାଜ୍ୟ ସରକାର ଏହି ଯୋଜନାକୁ ଗ୍ରହଣ ନକରି ବିକଳ୍ପ ଭାବେ ନିଜସ୍ୱ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଆରମ୍ଭ କଲେ। ଗତ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ଚିକିତ୍ସା ପାଇସାରିଲେଣି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ଏହା ‘ମିଛୁଆ ରାଧୁଆ ଉପାଖ୍ୟାନ’ ପରି ଲାଗୁଛି। ଲୋକଙ୍କୁ ବୋକା ବନାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ପ୍ରଚାର କରୁଛନ୍ତି ବୋଲି ସୋଶାଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“୧୭-୧୮ ଅର୍ଥନୈତିକ ସର୍ଭେ ରିପୋର୍ଟରେ ବର୍ଷସାରା ରାଜ୍ୟର ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ୧ କୋଟି ଲୋକ ଆସିନଥିବା ବେଳେ ୨ ମାସରେ ୧ କୋଟି ୧୦ ଲକ୍ଷ ଲୋକ କେଉଁଠୁ ଆସିଲେ? ଯଦି ଜ୍ୱର ଓ କାଶ ଭଳି ସାମାନ୍ୟ ରୋଗକୁ ନେଇ ହିସାବ କରାଯିବ, ତାହାହେଲେ ମୁଁ ନାଚାର। ଏହି ମୌଳିକ ସେବାକୁ ରି-ପ୍ୟାକେଜିଂ କରି ଯଦି ସ୍ୱାସ୍ଥ୍ୟସେବା କଥା କହିବେ, ତାହାହେଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲୋକଙ୍କୁ ଠକୁଛନ୍ତି ବୋଲି ଭାବିବା।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଗରଖି ଓଡ଼ିଆଙ୍କୁ ଏହି ମୌଳିକ ସୁବିଧାରୁ ବଞ୍ଚିତ ରଖନ୍ତୁ ନାହିଁ। ରାଜନୀତିକୁ ତା’ ବାଟରେ ଛାଡ଼ି ‘ମିଛୁଆ ରାଧୁଆ’ ନହୋଇ ଓଡ଼ିଆ ଲୋକଙ୍କ ସେବାପାଇଁ ଦାୟିତ୍ୱ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି।”

ସେ କହିଛନ୍ତି-“ସର୍ଭେ ରିପୋର୍ଟ ଅନୁସାରେ ୨୦୦୯-୧୦ ମସିହାରେ ୧ ଲକ୍ଷ ଲୋକଙ୍କ ପାଇଁ ୧୧ ଜଣ ଡାକ୍ତର ଥିଲେ। ଯାହା ୨୦୧୪-୧୫ ସୁଦ୍ଧା ୯କୁ ଖସିଆସିଛି। ଏହା ସରକାରୀ ତଥ୍ୟ। ସେହିପରି ଓଡ଼ିଶାରେ ୨ଟି ବେଡରେ ୩ ଜଣ ରୋଗୀ ରହୁଛନ୍ତି। ଓଡ଼ିଶାର ୮୧୯୩ ଉପକେନ୍ଦ୍ରର ଆବଶ୍ୟକତା ଥିବାବେଳେ ଆଜିର ଦିନରେ ୬୬୮୮ଟି ଅଛି। ଯାହା ୧୫୦୫ଟି ଏବେବି କମ୍‌ ରହିଛି। ରାଜ୍ୟର ୩୦ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ ୧୨ଟିରେ ଆଇସିୟୁ ବ୍ୟବସ୍ଥା ଅଛି। ୧୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ପ୍ରଥମ ମାସରେ ନବଜାତକଙ୍କ ମୃତ୍ୟୁ କ୍ଷେତ୍ରରେ ଓଡ଼ିଶା ଦେଶରେ ୧ ନମ୍ୱର। ସେହିପରି ୫ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାରରେ ଓଡ଼ିଶା ୩ ନମ୍ୱର। ଓଡ଼ିଶାର ୨୫ଟି ଜିଲ୍ଲାରେ ୧୫ ପ୍ରତିଶତ କମ୍‌ ଓଜନ ଓ କମ୍‌ ଉଚ୍ଚତା (କୁପୋଷଣ)ର ଶିଶୁ ଜନ୍ମ ହେଉଛନ୍ତି। ଏହା ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟସେବାର ମାପକାଠି ଓ ନମୁନା। ‘ଆୟୁଷ୍ମାନ’ ଯୋଜନା ଲାଗୁକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସନୀୟତା ଅଧିକ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ମନରେ ଭୟ ଅଛି। ସେଥିପାଇଁ ଏହି ଯୋଜନାକୁ ଗ୍ରହଣ କରୁନାହାନ୍ତି।”

ସେ ଆହୁରି କହିଛନ୍ତି-“କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ବ୍ୟବସ୍ଥାରେ ହେଲ୍‌ଥ ଆସ୍ୟୁରାନ୍ସ ସର୍ବଭାରତୀୟ ଯୋଜନା ଆରମ୍ଭ କରିଛନ୍ତି। ଯିଏ ଯେଉଁଠି ଥାଉ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ପାଇପାରିବ। ସେପ୍ଟେମ୍ୱରରୁ ଏହା ଲାଗୁ ହୋଇଥିବା ବେଳେ ବିଭିନ୍ନ ରାଜ୍ୟ ସରକାରଙ୍କ ସହାୟତାରେ ଆଜି ସଫଳତାର ସହ କାମ କରିଆସୁଛି। ସ୍ୱାଧୀନତା ପରେ ସାଧାରଣ ଲୋକ ଜଟିଳ ରୋଗର ଚିକିତ୍ସା କରିନପାରି ମୃତ୍ୟୁବରଣ କରୁଛନ୍ତି। ତା’ର ସମାଧାନ ପାଇଁ ‘ଆୟୁଷ୍ମାନ ଯୋଜନା’ ଆରମ୍ଭ କରାଯାଇଛି।”



from Odisha Reporter https://ift.tt/2zfqMMA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages