ଶୁଣିକି ବି ଆସିଲାନି ପ୍ରଶାସନ: ଝିଅ ଶବ କାନ୍ଧରେ ବୋହିଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 18, 2018

ଶୁଣିକି ବି ଆସିଲାନି ପ୍ରଶାସନ: ଝିଅ ଶବ କାନ୍ଧରେ ବୋହିଲା ବାପା

gajapati

ଗଜପତି(ଓଡ଼ିଶା ରିପୋର୍ଟର): ତିତ୍‌ଲି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ତାଣ୍ଡବ ରଚି ଚାଲିଯିବା ପରେ ଏବେ ସବୁଠି ଦେଖିବାକୁ ମିଳୁଛି ଧ୍ୱଂସସ୍ତୁପ। ଗୋଟିଏ ପରେ ଗୋଟିଏ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଚାଲିଛି। କାହାର ମୃତଦେହ ମାଟି ଅତଡ଼ା ତଳୁ ମିଳୁଛି ତ ଆଉ କାହାର ପଥର ତଳୁ। କାହାର ଗାଁମୁଣ୍ଡ ରାସ୍ତା କଡ଼ରୁ ତ ଆଉ କାହାର ନାଳରୁ। ଦୁଇ ଜିଲ୍ଲାରେ ଯେଉଁଠିକୁ ଯିବେ, ଦେଖିବେ ବିଷାଦର ଛାଇ। କାହାରିଙ୍କ ମୁହଁରେ ହସ ନାହିଁ।

ଯେଉଁମାନେ ତିତ୍‌ଲିର କରାଳ ରୂପରୁ ରକ୍ଷା ପାଇଯାଇଛନ୍ତି, ପାଖ ପଡ଼ୋଶୀଙ୍କୁ ହରାଇ ନିର୍ବାକ ପାଲଟି ଯାଇଛନ୍ତି। ଏହା ମଧ୍ୟରେ ସେମାନଙ୍କ ଉପରେ ପଡ଼ିଛି ସରକାରଙ୍କ ଚାବୁକ ମାଡ଼। ତିତ୍‌ଲି ବିଭିଷୀକାକୁ ସରକାର ଚପାଇବାକୁ ଭରପୂର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଚାପ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସରକାରଙ୍କ ଚେତା ପଶିଛି। ପ୍ରକୃତ ମୃତ୍ୟୁକୁ ମାନୁ ନଥିବା ସରକାର ଶେଷରେ ମୁଣ୍ଡ ନୂଆଁଇଛନ୍ତି। ତଥାପି ସରକାରଙ୍କ ତିତ୍‌ଲି ପୀଡ଼ିତଙ୍କ ପ୍ରତି ସାମାନ୍ୟତମ ଆନ୍ତରିକତା ଥିବା ପରି ମନେ ହେଉନାହିଁ।

ଯଦି ସରକାରଙ୍କର ଏହି ଗରିବ ବାତ୍ୟା ପୀଡ଼ିତଙ୍କ ପାଇଁ ଆନ୍ତରିକତା ଥାନ୍ତା ତେବେ ବାତ୍ୟାର ଏକ ସପ୍ତାହ ପରେ ଝିଅର ମୃତଦେହ ପାଇଥିବା ବାପାକୁ ଶବ କାନ୍ଧରେ ବୋହି ୧୨ କିମି ଚାଲିବାକୁ ପଡ଼ି ନଥାନ୍ତା।

ଏପରି ହୃଦୟ ବିଦାରକ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଆତଙ୍କପୁର ଗାଁରେ।

ବାତ୍ୟାର ସପ୍ତାହକ ପରେ ଆଜି ଆତଙ୍କପୁର ଗାଁର ମୁକୁନ୍ଦ ଦୋରାଙ୍କ ଘରେ ଖେଳି ଯାଇଥିବା ବିଷାଦର ଛାଇ। ଯେତେବେଳେ ତାଙ୍କ ୮ ବର୍ଷର ଝିଅ ବନିତାର ମୃତଦେହ ନିକଟସ୍ଥ ଝରଣା କୂଳରେ ପଡ଼ିଥିବା ଶୁଣିଥିଲେ ପରିବାର ସହ ସାରା ଗାଁ ସ୍ତବ୍ଧ ହୋଇଯାଇଥିଲା। ସବୁ ଧାଇଁଥିଲେ ଝରଣା କୂଳକୁ। ଆକୁଳ ଚିତ୍କାରରେ ଫାଟି ପଡ଼ିଥିଲା ଅଞ୍ଚଳ।

ସଙ୍ଗେ ସଙ୍ଗେ କୁନ୍ଦୁଲି ପୁଲିସ୍‌କୁ ଏନେଇ ଖବର ଦିଆଯାଇଥିଲା। ହେଲେ ପୁଲିସ ବାବୁଙ୍କ ଦେଖା ମିଳି ନଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ୍‌ ନଆସିବାରୁ ଶେଷରେ ବାଧ୍ୟ ହୋଇ ମୁକୁନ୍ଦ ଝିଅର ମୃତଦେହକୁ କାନ୍ଧରେ ପକାଇ ବାହାରି ପଡ଼ିଥିଲେ ମେଡିକାଲ। କିଛି ବାଟ ସେ ମୃତଦେହ ବୋହି ଯିବା ପରେ ଶେଷରେ ପୁଲିସ ବାବୁ ଆସି ପହଞ୍ଚି ଥିଲେ। ତା’ପରେ ଶବକୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ।

ତିତ୍‌ଲି ସଚେତନା ସୃଷ୍ଟି କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ସରକାର ଏବେ କାଠଗଡ଼ାରେ। ରିଲିଫ୍‌ ସାମଗ୍ରୀ ବିପନ୍ନଙ୍କ ପାଖରେ ଠିକ୍‌ରେ ପହଞ୍ଚି ନଥିବା ବେଳେ ବାତ୍ୟା ପୂର୍ବରୁ ସ୍ଥାନାନ୍ତର ହୋଇଥିବା ଲୋକେ ଆଶ୍ରୟ ସ୍ଥଳରେ ଖାଇବାକୁ ନପାଇ ଘରକୁ ପଳାଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବାତ୍ୟା ପରେ ଜିରୋ କାଜ୍ୟୁଆଲିଟିର ବାହାସ୍ଫୋଟ ମାରୁଥିବା ସରକାରଙ୍କ ଅସଲ ରୂପ ପଦାରେ ପଡ଼ିଥିଲା। ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ମାନୁ ନଥିବା ସରକାର ଶେଷରେ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଛନ୍ତି। ଏତେସବୁ ପରେ ମଧ୍ୟ ଆଜି ମୁକୁନ୍ଦ, ବନିତାଙ୍କ ମୃତଦେହକୁ କାନ୍ଧରେ ବୋହିବା ସରକାର ଓ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଥିବା ଅଭିଯୋଗ ହେଉଛି।



from Odisha Reporter https://ift.tt/2AifdG2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages