
ଚେନ୍ନାଇ: ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳ କୋଡର ଧାରା ୪୯୭କୁ ବେଆଇନ୍ ଦର୍ଶାଇ ପରକୀୟା ପ୍ରୀତିକୁ ଆଇନ୍ଗତ ମାନ୍ୟତା ଦେବା ପରେ ଏହାର କୁପରିଣତି ଚେନ୍ନାଇରେ ଦେଖିବାକୁ ମିଳିଛି। ଜଣେ ବିବାହିତ ବ୍ୟକ୍ତି ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ପତ୍ନୀ ଏହାର ଦୃଢ଼ ବିରୋଧ କରିଥିଲେ। କିନ୍ତୁ ସ୍ୱାମୀ ପରକୀୟାକୁ ବୈଧ ବୋଲି କହିବା ପରେ ୨୪ ବର୍ଷୀୟ ପତ୍ନୀ ଏହାକୁ ସହ୍ୟ ନ କରିପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଆପଣାଇ ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ୨ ବର୍ଷ ତଳେ ବିବାହ କରିଥିବା ଜଣେ ୨୭ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରିଥିଲେ। ଏହି ସମୟରେ ସେ ପତ୍ନୀଙ୍କୁ କହିଥିଲେ, “ସୁପ୍ରିମକୋର୍ଟ ପରକୀୟା ସମ୍ପର୍କକୁ ମଞ୍ଜୁରୀ ଦେଇଥିବାରୁ ତମେ ଏହାକୁ ନେଇ ପ୍ରଶ୍ନ ଉଠାଇ ପାରିବ ନାହିଁ। ମୋର ଇଚ୍ଛା ମୁଁ ଯାହା ସହ ସମ୍ପର୍କ ରଖିପାରିବି। କାରଣ ଏହା ଆଇନ୍ସମ୍ମତ।”
ସ୍ୱାମୀଙ୍କଠାରୁ ଏଭଳି କଥା ଶୁଣିବା ପରେ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିଦେଇଥିବା ଜଣାପଡ଼ିଛି।
ପତ୍ନୀ ଜଣଙ୍କ ଟିବି ରୋଗରେ ଆକ୍ରାନ୍ତ ଥିବାରୁ ସ୍ୱାମୀ ଜଣଙ୍କ ଆଉ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। ଏ ସମ୍ପର୍କରେ ପତ୍ନୀ ଖବର ପାଇବା ପରେ ସ୍ୱାମୀଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଥିଲେ। ହେଲେ ସ୍ୱାମୀ ଜଣଙ୍କ ଏହାକୁ ଆଇନ୍ସମ୍ମତ ବୋଲି କହିବାରୁ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ୍ କହିଛି। ପୁଲିସ୍ ଏବେ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।
from Odisha Reporter https://ift.tt/2DV5k58
No comments:
Post a Comment