
ଦୁବାଇ: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆର ଲଜ୍ଜାଜନକ ବ୍ୟାଟିଂ ଯୋଗୁ କେତେକ ଏଥିରେ ମ୍ୟାଚ ଫିକ୍ସିଂର ଗନ୍ଧ ବାରିଥିବା ବେଳେ ଦ୍ୱିତୀୟ ଟି-୨୦ରେ ଏକ ବିବାଦୀୟ ରନ୍ ଆଉଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆକୁ ୧୪୮ ରନ୍ର ଟାର୍ଗେଟ ଦେଇଥିଲା। ତେବେ ଅଷ୍ଟ୍ରେଲିଆ ପାଳିର ତୃତୀୟ ଓଭର୍ରେ ଘଟିଥିଲା ଏବ ବିବାଦୀୟ ରନ୍ ଆଉଟ୍। ଅଷ୍ଟ୍ରେଲିଆର ଡି’ ଆରସି ଶର୍ଟ ନନ୍ ଷ୍ଟ୍ରାଇକ୍ର ଏଣ୍ଡରେ ଥିବା ବେଳେ ଆରୋନ୍ ଫିଞ୍ଚ୍ ଏକ ଶଟ୍ ମାରିଥିଲେ। ଏହି ଶଟ୍ଟି ବୋଲିଂ କରୁଥିବା ପାକ୍ ବୋଲର୍ ଇମାଦ୍ ୱାସିମଙ୍କ ହାତ ବାଜି ୱିକେଟ୍ରେ ମାଡ଼ ହୋଇଥିଲା। ଥାର୍ଡ ଅମ୍ପାୟାର ଏହା ଆଉଟ୍ ବୋଲି ନିଷ୍ପତ୍ତି ଦେଇଥିଲେ। ଥାର୍ଡ ଅମ୍ପାୟାରଙ୍କ ମତରେ ଶର୍ଟଙ୍କ ବ୍ୟାଟ୍ ଏୟାର୍ରେ ଥିଲା। ତେବେ ଭିଜୁଆଲ୍ରୁ ବ୍ୟାଟ୍ଟି ଏୟାରରେ ନଥିବା ଭଳି ମନେ ହେଉଛି।
ତୃତୀୟ ଅମ୍ପାୟାରଙ୍କ ଏଭଳି ନିଷ୍ପତ୍ତିରେ ଅଷ୍ଟ୍ରେଲିଆ ଖେଳାଳିମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଫିଲ୍ଡ୍ ଅମ୍ପାୟାରଙ୍କୁ ମଧ୍ୟ ପଚାରିଥିଲେ। ତେବେ ତୃତୀୟ ଅମ୍ପାୟାର ଆଉଟ୍ ଦେଇଥିବାରୁ ଶର୍ଟ ପ୍ୟାଭିଲିୟନ୍ ଫେରିଥିଲେ। ମ୍ୟାଚ୍ ପରେ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ କହିଛନ୍ତି, ବ୍ୟାଟ୍ଟି କ୍ରିଜ୍ରେ ଥିବା ସ୍ପଷ୍ଟ ଜଣାପଡ଼ୁଛି। କିନ୍ତୁ ତୃତୀୟ ଅମ୍ପାୟାର ଭୁଲ ବଶତଃ ନଟ୍ ଆଉଟ୍ ବଦଳରେ ଆଉଟ୍ ବଟମ୍କୁ ଦବାଇ ଦେଇଛନ୍ତି। ସମସ୍ତଙ୍କର ଭୁଲ ହୁଏ, ତେଣୁ ତାଙ୍କର ମଧ୍ୟ ଭୁଲ ହୋଇଛି ବୋଲି ମ୍ୟାକ୍ସୱେଲ୍ କହିଛନ୍ତି।
ଅନ୍ୟପକ୍ଷରେ ପାକ୍ ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, ତୃତୀୟ ଅମ୍ପାୟାର କୌଣସି ଭୁଲ କରିନାହାନ୍ତି। ବ୍ୟାଟ୍ଟି ଏୟାରରେ ରହିଥିବା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ।
ଏହି ମ୍ୟାଚ୍ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୧୪୮ ରନ୍ ଦରକାର ଥିବା ବେଳେ ଦଳ ୮ ୱିକେଟ୍ ହରାଇ ମାତ୍ର ୧୩୬ ରନ୍ କରିପାରିଥିଲା। ଫଳରେ ପାକିସ୍ତାନ ୧୧ ରନ୍ରେ ମ୍ୟାଚ୍ ସହ ଟି-୨୦ ସିରିଜ୍କୁ କବଜା କରିନେଇଛି। ପୂର୍ବରୁ ପ୍ରଥମ ଟି-୨୦କୁ ପାକିସ୍ତାନ ବେଶ ଆରାମରେ ଜିତି ନେଇଥିଲା।
ଦେଖନ୍ତୁ ଭିଡିଓ:
ସୌଜନ୍ୟ: ସୋନି ସିକ୍ସ୍ ଏଚ୍ଡି
from Odisha Reporter https://ift.tt/2OaL2Ei
No comments:
Post a Comment