ଏନ୍‌କାଉଣ୍ଟର୍‌ରେ ଦୁଇଟି ଅପରାଧୀ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଏନ୍‌କାଉଣ୍ଟର୍‌ରେ ଦୁଇଟି ଅପରାଧୀ ଆହତ

encounter

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜମା ଜିଲ୍ଲାରେ ପୁଣି ଥରେ ଫୁଟିଛି ଗୁଳି। ଏଥର କେହି ଅପରାଧୀ ଗୁଳି ମାରି ରକ୍ତ ରଞ୍ଜିତ କରିନାହାନ୍ତି ଗଞ୍ଜାମର ରାସ୍ତାକୁ। ନିଜେ ଗୁଳି ଖାଇଛନ୍ତି। ତାହା ପୁଣି ପୁଲିସ୍‌ ପାଖରୁ। ଦୁଇ ଜଣ ଅପରାଧୀଙ୍କୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଉଭୟ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି। ଏନ୍‌କାଉଣ୍ଟରଟି ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗାଁରେ ହୋଇଛି।

ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ମନୋଜ ସାହୁ ଏବଂ ବିଶ୍ୱଜିତ ବାରିକ। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ୨ଟା ସମୟରେ କଣମଣା ନିକଟରେ ପୁଲିସ୍‌ ବ୍ଲକିଂ କରିଥିଲା। ମନୋଜ ଏବଂ ବିଶ୍ୱଜିତ ପୁଲିସ୍‌କୁ ଦେଖି କାର୍‌କୁ ଅଟକାଇ ଦେଇଥିଲେ। ପୁଲିସ୍‌ କାର୍‌ ସର୍ଚ୍ଚ କରିବାକୁ ଗଲାବେଳେ ଏମାନେ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବ ଦେଇଥିଲା ପୁଲିସ୍‌। ଏଥିରେ ଉଭୟ ବିଶ୍ୱଜିତ ଆହତ ହୋଇଥିଲେ।

ପୁଲିସ୍‌ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ଟି ଗୁଳି ଓ କାର୍ ସହ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି।

ଚମାଖଣ୍ଡି ପେଟ୍ରୋଲ ପମ୍ପ ଡକାୟତିରେ ଉଭୟଙ୍କ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

ତେବେ ଗଞ୍ଜାମ ଜିଲ୍ଲାରେ ଏହି ଏନ୍‌କାଉଣ୍ଟର କିଛି ନୂଆ କଥା ନୁହେଁ।  ପୂର୍ବରୁ ମଧ୍ୟ ପୁଲିସ୍‌ ଏକାଧିକ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରି ଜେଲ୍‌କୁ ପଠାଇ ସାରିଛି।



from Odisha Reporter https://ift.tt/2D8zDDW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages