ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମରାଠୀ ମିଠା ‘ଶଙ୍କରପୋଲେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ମରାଠୀ ମିଠା ‘ଶଙ୍କରପୋଲେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ଶଙ୍କରପୋଲେ’ ମହାରାଷ୍ଟ୍ର ଏକ ପାରମ୍ପାରିକ ମିଠା। ଏହା ସ୍ୱାଦରେ ହାଲକା ମିଠା ଓ କୁଡମୁଡ଼ିଆ। ଏହାକୁ ସାଧାରଣତଃ ଦୀପାବଳିରେ ପ୍ରସ୍ତୁତ କରାଯାଏ। ଏହାକୁ ତିଆରି କରିବାକୁ ଯଥେଷ୍ଟ କମ୍‌ ସାମଗ୍ରୀ ଓ ଖୁବ ସମୟ ମଧ୍ୟ ଲାଗିଥାଏ। ତେବେ ଦୀପାବଳିରେ ଏହି ମରାଠୀ ମିଠା ‘ଶଙ୍କରପୋଲେ’ ଆପଣ ନିଜ ଘରେ କେମିତି ତିଆରି କରିବେ, ତାହା ଆମେ ଆଜି ବତାଇବୁ।

ଆବଶ୍ୟକ ସାମଗ୍ରୀ: ଅଟା କିମ୍ବା ମଇଦା, ଖାଇବା ସୋଡ଼ା, ଘିଅ ଓ ଚିନି

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା କିମ୍ବା ମଇଦା, ଚିନି, ଅଳ୍ପ ଘିଅ, ଖାଇବା ସୋଡ଼ାକୁ ମିଶାଇ ଗୋଳାନ୍ତୁ। ବର୍ତ୍ତମାନ ଏହାକୁ ଅଳ୍ପ ପାଣି ଦେଇ ଅଟା ଦଳିଲା ଭଳି ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଳା କରି ରୁଟି ପରି ବେଲିଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟ ଉପରେ ରଖି ଚାରିକୋଣିଆ କରି କାଟନ୍ତୁ। ଏବେ ଏକ କଡ଼େଇରେ ଘିଅ ଗରମ କରି ଏଗୁଡ଼ିକୁ ପକାଇ ଲାଲ୍‌ ହେବା ଯାଏ ଛାଣନ୍ତୁ। ଛଣା ସରିବା ପରେ ଏଗୁଡ଼ିକୁ ପ୍ଲେଟକୁ କାଢ଼ି ପରଷନ୍ତୁ ଗରମ ଗରମ ‘ଶଙ୍କରପୋଲେ’।



from Odisha Reporter https://ift.tt/2Q0mxvD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages