
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେଉଁଠି ଦୀପ ପ୍ରଜ୍ଜ୍ୱଳନ ସହ ବାଣ ଓ ଆତସବାଜିରେ ଦୀପାବଳିକୁ ସ୍ୱାଗତ କରାଯାଏ ତ ପୁଣି କେଉଁଠି ଏହି ଅବସରରେ ପିତୃପକ୍ଷଙ୍କୁ ପୂଜା କରାଯାଇଥାଏ। ତେବେ ଏହି ପର୍ବ ପାଳନ ବେଳେ ଉପାସନାର ପଦ୍ଧତି ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ। ପୂର୍ବ ଭାରତର କୋଲକାତା ସମେତ ପଶ୍ଚିମବଙ୍ଗରେ ଏହି ଦିନ ମା’ ମହାକାଳୀଙ୍କୁ ଆରାଧନା କରାଯାଏ।
ତେବେ ଆସନ୍ତୁ ଜାଣିବା, ଆମ ଭାରତର କେଉଁଠି ଓ କେମିତି ପାଳନ କରାଯାଏ ଦୀପାବଳି।
ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଓ ଆସାମ ଭଳି ପୂର୍ବ ଭାରତୀୟ ରାଜ୍ୟଗୁଡିକରେ ଦୀପାବଳିର ଧୂମ୍ କିଛି କମ୍ ନୁହେଁ। ଦେଶର ହିନ୍ଦୀଭାଷୀ ଅଞ୍ଚଳଠାରୁ ଏହି ସବୁ ରାଜ୍ୟରେ ଭିନ୍ନ ଧରଣର ଦୀପାବଳି ଉତ୍ସବ ପାଳନ କରାଯାଇଥାଏ। ଓଡିଶାରେ ଏହି ଦିନ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହ ସେମାନଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଏ।
ସେହିପରି ପଶ୍ଚିମବଙ୍ଗରେ ନିଶାର୍ଦ୍ଧରେ ମା’ କାଳୀଙ୍କ ଆବାହନ ଓ ପୂଜା ଉତ୍ସବ ଆୟୋଜନ କରାଯାଇଥାଏ।
ବିହାର ଓ ଝାରଖଣ୍ଡରେ ମା’ ଲକ୍ଷ୍ମୀଙ୍କ ପୂଜାର ଅନୁଷ୍ଠିତ ହେଉଥିବା ବେଳେ ମହିଳାମାନେ ନିଜ ସୃଜନଶୀଳତା ଝୋଟି ମାଧ୍ୟମରେ ପ୍ରଦର୍ଶନ କରିଥା’ନ୍ତି। ଯଦି ଆପଣ ଏହି ସମୟରେ ବିହାର କିମ୍ବ ଝାରଖଣ୍ଡର କୌଣସି ଅଞ୍ଚଳକୁ ଯିବେ, ତା’ହେଲେ ସେମାନଙ୍କ ଘର ବାରଣ୍ଡାରେ ପଡ଼ିଥିବା ଝୋଟି ଚିତାରୁ ଆପଣ ଏହା ଅନୁମାନ କରିପାରିବେ। ଜାଣିଛନ୍ତି, ଏହି ଚିତ୍ର ପରମ୍ପରାକୁ ସେମାନଙ୍କ ପାରମ୍ପରିକ ଭାଷାରେ ରଙ୍ଗୋଲି ବୋଲ କୁହାଯାଏ। ଏବେ ଏହି ପରମ୍ପରା ଉକ୍ତ ୨ ରାଜ୍ୟରେ ସୀମିତ ନ ରହି ଏବେ ସାରା ଦେଶକୁ ବ୍ୟାପିଛି।
from Odisha Reporter https://ift.tt/2SkapqM
No comments:
Post a Comment