ଏବେ ହୋଇପାରିବ ‘ବ୍ରେନ୍‌ ଗ୍ରୁପ୍‌ ଚ୍ୟାଟ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 1, 2018

ଏବେ ହୋଇପାରିବ ‘ବ୍ରେନ୍‌ ଗ୍ରୁପ୍‌ ଚ୍ୟାଟ୍‌’

ମାସାଚୁସେଟ୍‌ସ (ଓଡ଼ିଶା ରିପୋର୍ଟର)- ଏବେ ଏକାଥରେ ୩ ଜଣ ମଣିଷ ନିଜ ନିଜ ମସ୍ତିଷ୍କ ଜରିଆରେ ‘ବ୍ରେନ ଗ୍ରୁପ୍‌ ଚ୍ୟାଟ୍‌’ କରି ପାରିବେ। ଅର୍ଥାତ ମୁହଁରେ କିମ୍ବା ସାଙ୍କେତିକ ଭାବେ କିଛି ନକହି ମଧ୍ୟ ଭାବନା ଆଦାନ କରିପାରିବେ ଠିକ୍ ଯେମିତି ହ୍ୱାଟ୍ସଆପ୍‌ ଏବଂ ଅନ୍ୟାନ୍ୟ ମେସେଞ୍ଜରରେ ସମ୍ଭବ ହେଉଛି।

ଏହା ଟେଲିପ୍ୟାଥି ଦ୍ୱାରା ମଧ୍ୟ ଆଂଶିକ ସମ୍ଭବ ହୋଇପାରିଥିଲା, କିନ୍ତୁ ଏଥିରେ କିଏ କ’ଣ ଭାବୁଛି କେବଳ ଆନୁମାନିକ ଭାବେ କୁହାଯାଇପାରୁଥିଲା। କିନ୍ତୁ ବର୍ତ୍ତମାନ ଆମେରିକାର କିଛି ଗବେଷକ ବ୍ରେନ୍‌ନେଟ୍‌ ନାମକ ଏକ ବ୍ରେନ୍‌ ନେଟ୍‌ୱର୍କିଂ ବ୍ୟବସ୍ଥା ବିକଶିତ କରିଛନ୍ତି, ଯେଉଁଥିରେ ଏକା ସାଥିରେ ୩ ଜଣଙ୍କ ମସ୍ତିଷ୍କଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମରେ ଯୋଡ଼ିହେବ ଏବଂ କାହା ମନରେ କ’ଣ ଚାଲିଛି ଜାଣିହେବ।

୨୦୧୫ ମସିହାରେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହିଭଳି ଉପାୟରେ ୨ ଜଣଙ୍କ ମସ୍ତିଷ୍କ ମଧ୍ୟରେ ଯୋଗାଯୋଗ କରାଇବା ସମ୍ଭବ କରିପାରିଥିଲେ। ଏହାର ବିକଶିତ ସ୍ତର ହେଉଛି ବ୍ରେନ୍‌ନେଟ୍‌। ଏହାକୁ ବ୍ୟବହାର କରି ଭର୍ଚୁଆଲ ରିଅଲିଟି ଗେମ୍‌ ମଧ୍ୟ ବିକଶିତ କରାଯାଇପାରିବ।

ଏହା ଟେଲିପ୍ୟାଥିଠାରୁ ଏଥିପାଇଁ ଭିନ୍ନ ଯେ, ବ୍ରେନ୍‌ନେଟ୍‌ରେ ବାହ୍ୟ ହସ୍ତକ୍ଷେପ ଆବଶ୍ୟକ ହୁଏ। ଏହା ମସ୍ତିଷ୍କର ବୈଦ୍ୟୁତିକ ସଂଚରଣ କାର୍ଯ୍ୟକଳାପ ଏବଂ ମସ୍ତିଷ୍କର ସୂକ୍ଷ୍ମ ସ୍ନାୟୁରେ ଚୂମ୍ବକୀୟ ପ୍ରତିକ୍ରିୟାକୁ ଏକାଠି କରି ସୂଚନା ପଠାଇଥାଏ। ଏହାକୁ ବିକାଶ କରି ଗ୍ରୁପ୍‌ରେ ଅଧିକ ଜଟିଳ ତଥ୍ୟ ପଠାଇହେବ ବୋଲି ଏହି ଗବେଷକମାନେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2Ne4oI8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages