ଘରେ ପହଞ୍ଚିବ ମଦ, ହୋମ୍‌ ଡେଲିଭରୀ କରିବେ ସରକାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଘରେ ପହଞ୍ଚିବ ମଦ, ହୋମ୍‌ ଡେଲିଭରୀ କରିବେ ସରକାର!

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମଦ ପାଇଁ ଆଉ ମଦ ଦୋକାନ ଆଗରେ ଛିଡ଼ାହୋଇ ଲଜ୍ଜିତ ହେବାକୁ ପଡ଼ିବନି, ବରଂ ସରକାର ଚାହିଦା ଅନୁଯାୟୀ ବିଭିନ୍ନ ବ୍ରାଣ୍ଡର ମଦ ଘରେ ପହଞ୍ଚାଇଦେବେ। ଆଜ୍ଞା ହଁ ମହାରାଷ୍ଟ୍ର ସରକାର ମଦ୍ୟପାନ ଜନିତ ରାସ୍ତା ଦୁର୍ଘଟଣା ରେ ମୃତ୍ୟ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରି ଏଭଳି ପଦକ୍ଷେପ ନେବା ପାଇଁ ଚିନ୍ତା କରୁଛନ୍ତି।

ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା’ହେଲେ ମୁମ୍ବାଇ, ପୁଣେ ଓ ଅନ୍ୟାନ୍ୟ ସହରରେ ପ୍ରାଥମିକ ଭାବେ ଏ ଭଳି ସୁବିଧା ଆରମ୍ଭ ହୋଇଯିବ। ଆଉ ଏପରି ହେଲେ ମହାରାଷ୍ଟ୍ର ହେବ ଭାରତର ପ୍ରଥମ ‘ମଦ ଡେଲିଭରୀ ରାଜ୍ୟ’।

ମହାରାଷ୍ଟ୍ର ଅବକାରୀ ମନ୍ତ୍ରୀ ଚନ୍ଦ୍ରଶେଖର ବାଙ୍କୁଲେଙ୍କ କହିବା ଅନୁଯାୟୀ, ଏପରି ପଲିସି ଆଣିବାର ମୁଖ୍ୟ ଲକ୍ଷ୍ୟ ହେଉଛି ସଡ଼କ ଦୁର୍ଘଟଣା ହ୍ରାସ କରାଇବା। ଗତ କିଛି ବର୍ଷ ଧରି ମଦ ପିଇ ଗାଡ଼ି ଚଳାଇବା କାରଣରୁ ଲୋକେ ପ୍ରାଣ ହରାଉଥିବାର ଘଟଣା ବଢ଼ିବାରେ ଲାଗିଛି, ଯାହାକି ଚିନ୍ତାର କାରଣ ପାଲଟିଛି।

ଏହା ଇ-କମର୍ସ ପ୍ଲାଟଫର୍ମର ହୋମ୍‌ଡେଲିଭରୀ ଫର୍ମାଟରେ କରାଯିବ ବୋଲି ଜଣାଯାଇଛି। ଏପରି ପ୍ଲାଟଫର୍ମରେ ମଦ ନେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ଜିଓ ଟ୍ୟାଗ୍‌ଡ ବୋତଲରେ ମଦ ବିକ୍ରି ହେବ ଯାହାଫଳରେ ବିକ୍ରେତା ଏବଂ ଗ୍ରାହକଙ୍କ ଉପରେ ନଜର ରଖିହେବ। ଏହାଫଳରେ ନକଲି ମଦ ବିକ୍ରି ଏବଂ ଅନ୍ୟାନ୍ୟ ଟିକସ ଠକେଇକୁ ମଧ୍ୟ ରୋକିହେବ। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ଅନୁଯାୟୀ ମଦ ପିଇ ଗାଡ଼ି ଚଳାଇବା ଯୋଗୁ ଘଟୁଥିବା ଦୁର୍ଘଟଣା ୧.୫ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ନକଲି ମଦ ପିଇବା ଯୋଗୁ ୨୦୧୫ ମସିହାରେ ମୁମ୍ବାଇରେ ୮୪ ଜଣଙ୍କର ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2RPLCuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages