ଚାଷୀଙ୍କ ପେଟରେ ତିତ୍‌ଲି ଲାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ଚାଷୀଙ୍କ ପେଟରେ ତିତ୍‌ଲି ଲାତ

titli1

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପେଟରେ ଲାତ ମାରି ଚାଲି ଯାଇଛି ‘ତିତ୍‌ଲି’। ବାତ୍ୟା ଓ ବନ୍ୟାରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଚାଷ ସ୍ଥିତି ସଙ୍ଗିନ୍। ୪ ଦିନ ହେଲା ପାଣିରେ ବୁଡ଼ି ରହିଛି ଶହ ଶହ ହେକ୍ଟର ଜମିର ଧାନ ଫସଲ। ତେଣେ କପା, ଆଖୁ, ମକା ଓ କଦଳୀ ଚାଷ ବି ନଷ୍ଟ ହେବାକୁ ବସିଲାଣି। ଯାହାକୁ ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ଗଞ୍ଜାମ ଜିଲ୍ଲାରେ କିଛି ଅଞ୍ଚଳରେ ଧାନ କ୍ଷୀର ଢୋକୁଥିବା ବେଳେ ଆଉ କିଛି ଜମିରେ ଫୁଲ ଉଡ଼ାଉଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଦାଉ ସାଧିଲା ‘ତିତ୍‌ଲି’। ପବନରୁ ସିନା ଫସଲ ବଞ୍ଚିଗଲା, ହେଲେ ଏମିତି ବର୍ଷା ହେଲା ଯେ ଚାରିଆଡ଼ ଜଳାର୍ଣ୍ଣବ ହୋଇଗଲା।

ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ କୀର୍ତ୍ତିପୁର ଅଞ୍ଚଳର ଶହ ଶହ ଏକର ଧାନ ଜମିରେ ପାଣି ଜମିଛି। ଏବେ ଏବେ କ୍ଷୀର ଢୋକିଛି ଧାନ କେଣ୍ଡା। ଯଦି ଶୀଘ୍ର ପାଣି ନ ଛାଡ଼େ ତେବେ ଅମଳ ଆଶା କମ୍।

ସେହିପରି ଆଖୁ, କପା ଓ କଦଳୀ ଭଳି ଅର୍ଥକରୀ ଫସଲ କରିଥିବା ଚାଷୀଙ୍କ ମେରୁଦଣ୍ଡ ବି ଦୋହଲାଇ ଦେଇଛି ‘ତିତ୍‌ଲି’। ବାତ୍ୟା ପ୍ରକୋପରେ ଧରାଶାୟୀ ହୋଇଯାଇଛି କଦଳୀ ଓ କିଆ ଚାଷ।

ସେପଟେ ପ୍ରଶାସନିକ ଉଦାସୀନତାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବ୍ରହ୍ମପୁରଠୁ ମାତ୍ର ୩୦ କିଲୋମିଟର ଦୂର ହୋଇଥିଲେ ବି ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଏଯାଏ ପ୍ରଶାସନର ପାଦ ପଡ଼ିନଥିବା ଚାଷୀ ଅଭିଯୋଗ କରିଛନ୍ତି।

କେବଳ ରଙ୍ଗେଇଲୁଣ୍ଡା ନୁହେଁ, ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକରେ ୮୫ ହଜାର ୬୧୨ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଉପ କୃଷି ନିର୍ଦ୍ଦେଶକ ରିପୋର୍ଟ ଦେଇଛନ୍ତି। ଏହାସତ୍ତ୍ୱେ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ପାଖକୁ ନଯିବା ସେମାନଙ୍କ ମନୋବଳ ଭାଙ୍ଗିଦେଉଛି।



from Odisha Reporter https://ift.tt/2NBhek9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages