‘ତିତ୍‌ଲି’ ଦୁଃଖ: ପ୍ରିୟଜନଙ୍କ ବାଟକୁ ଚାହିଁ ବସିଛି ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

‘ତିତ୍‌ଲି’ ଦୁଃଖ: ପ୍ରିୟଜନଙ୍କ ବାଟକୁ ଚାହିଁ ବସିଛି ପରିବାର

ganjam1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଓ ଗଜପତି ଜିଲ୍ଲାରେ ତାଣ୍ଡବ ରଚି ‘ତିତ୍‌ଲି’ ଚାଲିଯାଇଛି। ହେଲେ ଦେଇ ଯାଇଛି ଅସରନ୍ତି ଦୁଃଖ ଓ ଦୁର୍ଦ୍ଦଶା। କିଏ ଆପଣାର ଲୋକଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ତ ଆଉ କିଏ ପ୍ରିୟ ମଣିଷର କୌଣସି ସନ୍ଧାନ ପାଉନାହାନ୍ତି।

ଗଞ୍ଜମା ଜିଲ୍ଲା ଗାଜଲବାଡି ପଞ୍ଚାୟତର ଭୂତପଙ୍କାଳ ଗାଁରେ ଭାସିଯାଇଥିବା ୬ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ମିଳିଛି। ବର୍ତ୍ତମାନ ସୁଦ୍ଧା ବାକି ୪ ଜଣଙ୍କ କୌଣସି ସନ୍ଧାନ ମିଳୁନାହିଁ। ଏହାକୁ ନେଇ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ ଆଶା ଆଶଙ୍କାରେ ରହିଛନ୍ତି। ଅନ୍ୟପକ୍ଷରେ ସରକାରୀ ଉଦାସୀନତା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି।

ଗୁରୁବାର ସକାଳ ୧୧ରୁ ୧୨ଟା ମଧ୍ୟରେ ତିତ୍‌ଲି ତାଣ୍ଡବ ରଚାଇ ମାଡ଼ି ଆସିଥିଲା ଭୟଙ୍କର ପବନ ଓ ଆଉ ବର୍ଷା ସହିତ। ଛିନ୍‌ଛତ୍ର ହୋଇଯାଇଥିଲା ଗାଜଲବାଡି ପଞ୍ଚାୟତର ବଣପାହାଡ଼ ଘେରା ଭୂତପଙ୍କାଳ ଗାଁ। ତିତ୍‌ଲି ଗାଁର ବିଜୟ ମଲ୍ଲିକଙ୍କ ଘରକୁ ଧ୍ୱସ୍ତବିଧ୍ୱସ୍ତ କରିଦେଲା। ମାଟିରେ ମିଶିଗଲା ତାଙ୍କ ଘର।  ଖାଲି ଘର ଯେ ମାଟିରେ ମିଶିଯାଇଛି ତା’ନୁହେଁ। ବାତ୍ୟା ପରଠୁ ନିଖୋଜ ହୋଇଯାଇଥିଲେ ବିଜୟ ଏବଂ ତାଙ୍କ ପରିବାରର ୩ ସଦସ୍ୟ। ଆଜି ପତ୍ନୀ ରଜନୀ ମଲ୍ଲିକଙ୍କ ମୃତଦେହ ମିଳିଛି। ଏବେ ବି ବିଜୟ ଓ ଆଉ ୩ ଜଣ ନିଖୋଜ ଅଛନ୍ତି। ତେବେ ବାତ୍ୟା ସମୟରେ ଘରେ ଅନୁପସ୍ଥିତ ଥିବାରୁ ପୁଅ ଆନନ୍ଦ ବର୍ତ୍ତି ଯାଇଛନ୍ତି।

ସେହିପରି ନକୁଳ ମଲ୍ଲିକ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି। ଏହା ବ୍ୟତୀତ ଆମ୍ବକଣ ଗାଁର ଅନ୍ୟ ଜଣେ ଯୁବକଙ୍କ ମୃତଦେହ ମିଳିଛି।

କେବଳ ଏତିକି ନୁହେଁ, ୧୧ ତାରିଖରେ ହୋଇଥିବା ବାଦଲଫଟା ବର୍ଷାରେ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗୋପାଳପୁର ଏବଂ ରାୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗମନାଗମନ ଠପ୍ ହୋଇରହିଛି। ଏହି ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଥିବାରୁ ସୋରଡ଼ାରୁ ଦାରିଙ୍ଗବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗାଁରେ ଏତେ ବଡ଼ ବିପର୍ଯ୍ୟୟ ସତ୍ତ୍ୱେ ଅଗ୍ନିଶମ ବାହିନୀ କିମ୍ବା ଓଡ୍ରାଫ ଟିମ୍ କାହାରିଙ୍କର ଆଜି ପର୍ଯ୍ୟନ୍ତ ଦେଖା ମିଳିନାହିଁ।  କେବଳ ସ୍ଥାନୀୟ ଯୁବକଙ୍କ ସହାୟତାରେ କିଛି ପୁଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।



from Odisha Reporter https://ift.tt/2A9Hej6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages