କ୍ୟାନ୍‌ସରଠାରୁ ଦୂରେଇ ରଖେ ଅଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

କ୍ୟାନ୍‌ସରଠାରୁ ଦୂରେଇ ରଖେ ଅଦା

ଅଦାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ। କିନ୍ତୁ ଅଦାରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ସୁସ୍ଥ ଶରୀର ପାଇଁ ବେଶ ଉପକାରୀ।  ତେବେ ଆସନ୍ତୁ ଜାଣିବା ଅଦାକୁ କେମିତି ବ୍ୟବହାର କରି ଖାଇଲେ ଆମ ଶରୀରରେ କ’ଣ ସବୁ ଫାଇଦା ମିଳିଥାଏ।

ଅଦାରେ ଇମ୍ୟୁନିଟି କ୍ଷମତା ଅଧିକ ଥାଏ । ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।ସେହିପରି ଅଦା ଖାଇବା ଦ୍ୱାରା ହୃଦ୍‌ରୋଗ ସମସ୍ୟାରୁ ସୁରକ୍ଷା ମିଳିଥାଏ । ଅଦାରେ ଆଇରନ୍‌ ଭାଗ ରହିଛି । ଫଳରେ ଆଇରନ୍‌ ଅଭାବରୁ ହେଉଥିବା ଆନେମିଆରୁ ଏହା ରକ୍ଷା କରିଥାଏ। ପାଚନକ୍ରିୟାକୁ କ୍ରିୟାଶୀଳ କରିଥାଏ ଅଦା। ସେଥିପାଇଁ ପ୍ରତିଦିନ ଭୋଜନରେ ଅଦାକୁ ସାମିଲ କରିବା ଉଚି୍ତ୍। ଖାଲି ପେଟରେ ଅଦା ଜୁସ୍‌ ପିଇଲେ ଗଳା ଦରଜ, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟରଲ ଓ କ୍ୟାନ୍‌ସର ଭଳି ମାରାତ୍ମକ ରୋଗଠୁ ନିଜକୁ ଦୂରେଇ ରଖି ହେବ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ଭାରି ଲାଭଦାୟକ। କାରଣ ଏହା ଶରୀରରେ ଗ୍ଲୁକୋଜ୍‌ର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ। ଫଳରେ ସୁଗାର ସ୍ତର ବଢି ନ ଥାଏ। ଅଦାରେ ଫସଫରସ୍‌ ଥାଏ।  ତେଣୁ ଦାନ୍ତ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଅଦା ଖାଇଲେ ଏହା ଦାନ୍ତକୁ ମଜଭୁତ୍ କରିଥାଏ।



from Odisha Reporter https://ift.tt/2yXlEN1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages