ନକ୍ସଲ ଆକ୍ରମଣ: ଓଡ଼ିଆ କ୍ୟାମେରାମ୍ୟାନ୍‌ ଓ ଦୁଇ ଯବାନ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 30, 2018

ନକ୍ସଲ ଆକ୍ରମଣ: ଓଡ଼ିଆ କ୍ୟାମେରାମ୍ୟାନ୍‌ ଓ ଦୁଇ ଯବାନ ମୃତ

ଦାନ୍ତେୱାଡା: ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଅରନାପୁର ଜିଲ୍ଲାରେ ଘଟିଛି। ନକ୍ସଲ୍‌ମାନେ ନ୍ୟୁଜ୍‌ ଚ୍ୟାନେଲ୍‌ର ଟିମ୍‌ ଉପରକୁ ଆକ୍ରମଣ କରିଥିଲେ।

ମୃତ କ୍ୟାମେରା ମ୍ୟାନ୍‌ ହେଲେ ଅଚ୍ୟୁତାନନ୍ଦ ସାହୁ। ତାଙ୍କ ଘର ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଲୋଇସିଂହାରେ ବୋଲି ଜଣାପଡ଼ିଛି।

ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଦୂରଦର୍ଶନର କର୍ମକର୍ତ୍ତାମାନଙ୍କ ଉପରେ ନକ୍ସଲମାନେ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ଦୁଇଦିନ ତଳେ ନିର୍ବାଚନ ପାଇଁ ନିୟୋଜିତ ଏକ ବୁଲେଟ୍‌ ପ୍ରୁଫ୍‌ ବଙ୍କର (ବିପିବି) ଗାଡ଼ିକୁ ନକ୍ସଲମାନେ ବିଜାପୁର ଜିଲ୍ଲାରେ ଉଡାଇ ଦେଇଥିଲେ। ଏଥିରେ ୪ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ।

ନଭେମ୍ବର ୧୨ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସୁକମା ଜିଲ୍ଲାରେ ବିଜେପିର କ୍ୟାମ୍ପେନ୍‌ ଶୁଭାରମ୍ଭ କରିବା ଦିନ ହିଁ ନକ୍ସଲମାନେ ବିଜାପୁରରେ ଏହି ବିସ୍ଫୋରଣ କରିଥିଲେ।



from Odisha Reporter https://ift.tt/2Rlgt0T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages