ତୃତୀୟ ମହଲାରେ ଗୋଷ୍ଠୀବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 12, 2018

ତୃତୀୟ ମହଲାରେ ଗୋଷ୍ଠୀବିବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନ ଓ ଶାସକ ବିଜେଡିର ‘ଅକ୍ସିଜେନ୍’ ବୋଲାଉଥିବା ତୃତୀୟ ମହଲାରେ ଏବେ କୁଆଡ଼େ ଗୋଷ୍ଠୀବିବାଦ ଉଗ୍ର ରୂପ ନେଇଛି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ତୃତୀୟ ମହଲାରେ କାର୍ଯ୍ୟରତ ଅଫିସରଙ୍କ ମଧ୍ୟରେ ଏବେ ଅଧିକ ପାୱାରଫୁଲ୍ ହେବାର ପ୍ରତିଯୋଗିତା ଚାଲିଛି। ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଅଧିକ ଆସ୍ଥାଭାଜନ ହୋଇ କିଏ ଉଭୟ ଦଳ ଓ ପ୍ରଶାସନିକ କଳକୁ ମ୍ୟାନେଜ୍ କରିପାରିବ ସେଥିପାଇଁ କୁଆଡ଼େ ରୀତିମତ ଛକାପଞ୍ଝା ଚାଲିଛି।

ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ତୃତୀୟ ମହଲାରେ କୁଆଡ଼େ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ବିନା ଇସାରାରେ ସେଠାରେ ପତ୍ରଟିଏ ହଲିବା ସମ୍ଭବପର ନୁହେଁ। କିନ୍ତୁ ସେଠାରେ କାର୍ଯ୍ୟ କରୁଥିବା ପ୍ରାୟ ଅଧ ଡଜନରୁ ଉଦ୍ଧ୍ୱର୍ ଅଫିସର କୁଆଡ଼େ ଏବେ ପରସ୍ପରକୁ ନୀଚ୍ଚା ଦେଖାଇବାକୁ ଉଦ୍ୟମ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ଛାଇ ଭଳି ତାଙ୍କର ବ୍ୟକ୍ତିଗତ ସଚିବ ଅବା ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ର ରହୁଥିବାବେଳେ ତାଙ୍କୁ ସହଯୋଗ କରିବାକୁ ନବରତ୍ନ (୯ଜଣ ଅଫିସର) ରହିଛନ୍ତି। ଜଣେ ବରିଷ୍ଠ ଓଏଏସ୍ ପାହ୍ୟାର ଅଫିସର ଏବେ ସମ୍ପୂର୍ଣ୍ଣ ଭାବେ ବିଜେଡି ବ୍ୟାପାର ବୁଝୁଥିବା ବେଳେ ଅନ୍ୟ ଅଫିସର୍‌ମାନେ ବିଭିନ୍ନ ବିଭାଗର ନୋଡାଲ୍ ଅଫିସର(ଛାୟା ମନ୍ତ୍ରୀ) ଭାବେ କାର୍ଯ୍ୟ କରୁଛନ୍ତି।

ବିଭିନ୍ନ ପ୍ରଶାସନିକ କଥା ବୁଝୁଥିବାରୁ ସେମାନଙ୍କ ପାଖରେ ନିଜ ନିଜ ଅଂଚଳର କାମ ହେଉ ଅବା ଠିକାକାମ କି ଅଫିସରଙ୍କ ବଦଳି ପ୍ରସଙ୍ଗରେ ବିଜେଡି ବିଧାୟକମାନେ ଗୋଡ଼ ଭାଙ୍ଗି ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ଆଉ ତା’ରି ସୁଯୋଗରେ ଏହି ଅଫିସରମାନେ କୁଆଡ଼େ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କୁ ମନଇଚ୍ଛା ବ୍ୟବହାର କରୁଛନ୍ତି। ଏମାନେ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ‘ନବରତ୍ନ’ ହୋଇଥିବାରୁ ସେମାନଙ୍କ ଗାଳିକୁ ବି ନେତାମାନେ କୁଆଡ଼େ ହଜମ କରିଦେଉଛନ୍ତି।

ଚର୍ଚ୍ଚା ହେଉଛି, ନବରତ୍ନଙ୍କ ମଧ୍ୟରୁ ଜଣେ ଦୁଇଜଣ ଅଫିସରଙ୍କୁ ଛାଡ଼ିଦେଲେ ବାକି ସମସ୍ତେ କୁଆଡ଼େ ଏବେ ନିଜ ନିଜର ଫେଭରିଟ୍ ଟିମ୍ ତିଆରି କରିବାରେ ଲାଗିଛନ୍ତି। ଯେଉଁଥିରେ ପ୍ରଶାସନିକ ଅଫିସର (ଉପସଚିବଠୁ ସଚିବ ପର୍ଯ୍ୟନ୍ତ) ଏବଂ କିଛି ବିଧାୟକ ରହିଛନ୍ତି।ନିଜର ଫେଭରିଟ୍ ଟିମକୁ ସେମାନେ ଦାୟିତ୍ୱରେ ଥିବା କାର୍ଯ୍ୟରେ କୁଆଡ଼େ ଅଧିକ ଗୁରୁତ୍ୱ ଦେଉଛନ୍ତି। ଆଉ ଯେଉଁମାନେ ସେମାନଙ୍କ ତାଲିକାରେ ନାହାନ୍ତି ସେମାନଙ୍କୁ କୁଆଡ଼େ ଅଣଦେଖା କରାଯାଉଛି।

ଏଇଥିପାଇଁ ନେତା ଓ ଅଫିସରମାନେ କୁଆଡ଼େ ନିଜର ସ୍ଥିତି ରଖିବା ଆଳରେ ଯେକୌଣସି ଗୋଷ୍ଠୀରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି। ଆଉ ଏହା ହିଁ ତୃତୀୟ ମହଲାରେ ଗୋଷ୍ଠୀକନ୍ଦଳକୁ ଅଧିକ ତୀବ୍ର କରାଉଛି। ଅବଶ୍ୟ ସମସ୍ତେ ଦ୍ୱିତୀୟ କ୍ଷମତାଙ୍କୁ ନିଜର ‘ବସ୍’ ବୋଲି ସ୍ୱୀକାର କରୁଥିବାରୁ ଗୋଷ୍ଠୀକନ୍ଦଳ ସତ୍ୱେ ତା’ର ସେଭଳି ପ୍ରଭାବ ତୃତୀୟ ମହଲାରେ ପଡ଼ୁନଥିବା ଚର୍ଚ୍ଚା।



from Odisha Reporter https://ift.tt/2OOxP8T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages