ପ୍ରଥମ ଦିନିକିଆରେ କୋହଲିଙ୍କ ବିରାଟ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ପ୍ରଥମ ଦିନିକିଆରେ କୋହଲିଙ୍କ ବିରାଟ ରେକର୍ଡ

ଗୁଆହାଟୀ : ରବିବାର ଗୁଆହାଟୀର ବର୍ସାପାରା ଷ୍ଟାଡିୟମ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ଇନିଂସ ବିଜୟ ପାଇଁ ଦଳର ସ୍ଥିତିକୁ ମଜଭୁତ କରିଥିଲା। କାରିବିଆନ୍‌ ଟିମ୍ ଇଣ୍ଡିଜ୍‌ ଭାରତକୁ ୩୨୩ ରନ୍‌ର ଟାର୍ଗେଟ ଦେବାପରେ କୋହଲି ତାଙ୍କର ଚିରାଚରିତ ଷ୍ଟାଇଲ୍‌ରେ ଆକ୍ରମଣାତ୍ମକ ଇନିଂସ୍‌ ଖେଳିଥିଲେ। ଆଉ ଏଥିସହିତ ମାତ୍ର ୭୧ ବଲ୍‌ରୁ ହାସଲ କରିଥିଲେ ତାଙ୍କ କ୍ୟାରିଅରର ୩୬ ତମ ଦିନିକିଆ ଶତକ। ପୂର୍ବରୁ ଅନେକ ରେକର୍ଡର ଅଧିକାରୀ ବିରାଟ ୱେଷ୍ଟଇଣ୍ଡିଜ୍ ସହିତ ୫ଟି ମ୍ୟାଚ୍‌ର ସିରିଜ୍‌ର ଏହି ପ୍ରଥମ ମ୍ୟାଚ୍‌ରେ ଆଉ କିଛି ରେକର୍ଡ ଯୋଡ଼ି ଦେଇ ପାରିଛନ୍ତି।

  • ଅନ୍ତର୍ଜାତୀୟ କ୍ୟାରିଅରରେ ୩ଟି ଯାକ ଫର୍ମାଟରେ ସେ ୬୦ତମ ଶତକ ହାସଲ କରିଛନ୍ତି, ଯଦିଓ ଏଥିରେ ଟି୨୦ ଶତକ ଏଯାଏ ଯୋଡ଼ି ହୋଇନି। ଏଥିରୁ ୩୬ଟି ଦିନିକଆରେ ସେ ହାସଲ କରିଥିବାବେଳେ ଟେଷ୍ଟରେ ୨୪ଟି ଶତକ ହାସଲ କରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ୟାରିଅରରେ ୬୦ ଶତକ ହାସଲ କରି ସଚିନ୍‌ଙ୍କ ରେକର୍ଡ ଭାଙ୍ଗିବାରେ ସେ ଦ୍ରୁତତମ ବ୍ୟାଟ୍‌ସମ୍ୟାନ୍‌ ହୋଇପାରିଛନ୍ତି।
  • ୫୦ ଓଭରର ଦିନିକଆ ମ୍ୟାଚ୍‌ରେ କୋହଲିଙ୍କଠାରୁ ଅଧିକ ଶତକ ହାସଲ କରିଥିବା ଏକମାତ୍ର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ୪୯ ଶତକ ସହିତ ଆଗରେ ଅଛନ୍ତି। କୋହଲିଙ୍କ ତଳକୁ ରିକି ପଣ୍ଟିଂ ୩୦ଟି ଶତକ ସହିତ ତୃତୀୟ ସ୍ଥାନରେ ଅଛନ୍ତି।
  • ଅଧିନାୟକ ହିସାବରେ ସେ ୩୧ତମ ଶତକ ହାସଲ କରିଛନ୍ତି, ଯେଉଁଥିରୁ ଟେଷ୍ଟରେ ୧୩ଟି ଏବଂ ଦିନିକିଆରେ ୧୪ଟି ଅଛି।
  • ଦିନିକିଆରେ ଫାଷ୍ଟ ଡାଉନ୍‌ ବା ତୃତୀୟ ସ୍ଥାନରେ ଆସି ୨୯ତମ ଶତକ ହାସଲ କରିଛନ୍ତି। ସପ୍ତମ ସ୍ଥାନରେ ବ୍ୟାଟିଂ କରି ସେ ୭ଟି ଶତକ ହାସଲ କରିଥିଲେ।
  • କେବଳ ଏସିଆ ମହାଦେଶରେ ଖେଳି ସେ ୨୪ଟି ଶତକ ହାସଲ କରିଛନ୍ତି। ଏହା ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫ୍ରିକାରେ ମୋଟ ୫ଟି ଶତକ, ୟୁରୋପ୍‌ରେ ଗୋଟିଏ ଶତକ ଏବଂ ୱେଷ୍ଟଇଣ୍ଡିଜ୍‌ରେ ୪ଟି ଶତକ ହାସଲ କରିଛନ୍ତି।
  • ଦ୍ୱିତୀୟ ଇନିଂସ୍‌ରେ ଅର୍ଥାତ ବିଜୟ ଟାର୍ଗେଟର ପିଛା କରି ସେ ଆଜି ୨୨ତମ ଶତକ ହାସଲ କରିଛନ୍ତି। ଏହା ଦିନିକିଆରେ ସର୍ବାଧିକ। ସଚିନ୍‌ ଏହି କ୍ଷେତ୍ରରେ ୧୭ଟି ଶତକ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
  • ଦିନିକିଆ ଅଧିନାୟକ ହିସାବରେ ତାଙ୍କର ୧୪ଟି ଶତକ ସହିତ ତାଙ୍କର ଆଇପିଏଲ୍‌ ସାଥୀ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଦେଇଛନ୍ତି। ୨୨ଟି ଶତକ ସହିତ ତାଙ୍କ ଉପରକୁ କେବଳ ରିକି ପଣ୍ଟିଂ ଅଛନ୍ତି।
  • ୨୦୧୮ରେ ଏହା ବିରାଟଙ୍କ ୮ମ ଶତକ ଯେଉଁଥିରୁ ଟେଷ୍ଟରେ ୪ଟି ଏବଂ ଦିନିକିଆରେ ୪ଟି। ଏଥିସହିତ ଲଗାତାର ତୃତୀୟ ବର୍ଷ ପାଇଁ ଗୋଟିଏ ବର୍ଷରେ ସେ ୨୦୦୦ ଦିନିକିଆ ରନ୍‌ କରିବାର ରେକର୍ଡ କରିପାରିଛନ୍ତି।
  • ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଏହା ୫ମ ଦିନିକଆ ଶତକ ଏବଂ ଘରୋଇ ପରିବେଶରେ ଟିମ୍‌ ଇଣ୍ଡିଜ୍ ବିରୋଧରେ ତାଙ୍କର ତୃତୀୟ ଶତକ। ଅନ୍ୟ ଦୁଇଟି ଶତକ ସେ ଇଣ୍ଡିଜ୍‌ ମାଟିରେ ୨୦୧୩ ଏବଂ ୨୦୧୭ରେ ହାସଲ କରିଥିଲେ।


from Odisha Reporter https://ift.tt/2NSrt3K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages