
ସୁବର୍ଣ୍ଣପୁର (ରବିନ୍ଦ୍ର ହୋତା): ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ତେଲ ଟ୍ୟାଙ୍କର। ସୋନପୁର-ସମ୍ବଲପୁର ରାସ୍ତାର ପତ୍ରାପାଲି ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଟ୍ୟାଙ୍କର ଭିତରେ ଜୀବନ୍ତ ଜଳିଗଲେ ଡ୍ରାଇଭର। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ବୁର୍ଲା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ମାତ୍ର ତାଙ୍କ ପରିଚୟ ମିଳିପାରି ନାହିଁ।
ଦୁର୍ଘଟଣା ପରେ ସମ୍ବଲପୁର-ସୋନପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ମାତ୍ର ଟ୍ରକ୍ ଚାଳକ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧାର ଉଦ୍ଧାର କାର୍ଯ୍ୟ ଚାଲିଛି।
from Odisha Reporter https://ift.tt/2O1I30Q
No comments:
Post a Comment