
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନୀ ମାରୁତି ସୁଜୁକି ଦଶହାରା ବଜାରରେ ନିଜ ସେଲ୍ ବଢ଼ାଇବା ପାଇଁ WagonR ଲିମିଟେଡ୍ ଏଡିସନ୍ ବିଷୟରେ ଘୋଷଣା କରିଛି। ମାରୁତିର ନୂଆ WagonR ଲିମିଟେଡ୍ ଏଡିସନ୍ରେ ଅନେକ ନୂଆ ଫିଚର ଅଣାଯାଇଛି ଏବଂ ନୂଆ ବଡି ଗ୍ରାଫିକ୍ସ ମଧ୍ୟ ଦିଆଯାଇଛି।
ଏହି ନୂଆ କାର୍ର ନୂଆ ଫିଚର ବ୍ୟତୀତ ଇଣ୍ଟେରିୟରକୁ ମଧ୍ୟ ଷ୍ଟାଇଲିସ୍ କରାଯାଇଛି। ଏଥିରେ ଇଣ୍ଟେରିୟର ଷ୍ଟାଇଲିଂ କିଟ୍ ଏବଂ ସ୍ପିକର ସହିତ ଡବଲ-ଡିନ୍ ବ୍ଲୁଟୁଥ୍ ମ୍ୟୁଜିକ୍ ସିଷ୍ଟମ୍ ଓ ରିଭର୍ସ ପାର୍କିଂ ସେନ୍ସର୍ ଦିଆଯାଇଛି। ଏଥିସହ ଅରେଞ୍ଜ ଏକ୍ସେଣ୍ଟେସ ସହ ଷ୍ଟାଇଲିସ୍ ସିଟ୍ କଭର, ସେଣ୍ଟର କନ୍ସୋଲ୍ ଓ ଡୋର୍ ଟ୍ରିମ୍ସରେ ଫକ୍ସ ଉଡ୍ ଫିନିଶିଂ, ପ୍ରିମିୟମ କୁଶନ୍ ସେଟ୍, ବଡି ଗ୍ରାଫିକ୍ସ ଏବଂ ରିୟର ସ୍ପଏଲର ମଧ୍ୟ ଦିଆଯାଇଛି।
Maruti WagonR Limited Editionରେ କୌଣସି ମେକାନିକାଲ ପରିବର୍ତ୍ତନ କରାଯାଇ ନାହିଁ। ଏଥିରେ 998cc ଥ୍ରୀ-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି। ଏହି ଇଞ୍ଜିନ୍ 67bhpର ପାୱାର ଓ 90Nmର ପିକ୍ ଟର୍କ ଜେନେରଟ୍ କରିବାର ସାମର୍ଥ୍ୟ ରଖିଛି । ଏହି ଇଞ୍ଜିନ୍କୁ ଟ୍ରାନ୍ସମିଶନ୍ ପାଇଁ ୫-ସ୍ପିଡ ମାନୁଆଲ ଗିୟରବକ୍ସ ସହ ଯୋଡ଼ା ଯାଇଛି ଏବଂ ଏଥିରେ AMT ଗିୟରବକ୍ସର ମଧ୍ୟ ବିକଳ୍ପ ରହିଛି।

WagonR Limited Edition ୧୫ ହଜାର ୪୯୦ ଟଙ୍କା ଓ ୨୫ ହଜାର ୪୯୦ ଟଙ୍କାର ଦୁଇଟି ଅପ୍ସନାଲ ଆସେସୋରିଜ୍ କିଟ୍ ସହ ଉପଲବ୍ଧ। ଏହି କାର୍ଟି LXI, VXI ଓ VXI+ ଆଦି ୩ ପ୍ରକାରର ଭ୍ୟାରିଆଣ୍ଟ ଉପଲବ୍ଧ। ଯାହାର ମୂଲ୍ୟ ଯଥାକ୍ରମେ ୪.୧୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ), ୪.୪୫ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ଓ ୪.୭୩ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍, ଦିଲ୍ଲୀ) ନିର୍ଦ୍ଧାରିତ ହୋଇଛି।
from Odisha Reporter https://ift.tt/2Oe0sfU
No comments:
Post a Comment