ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଗିତ

TEACHERS

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ଦୁଇ ମାସ ଧରି ଆନ୍ଦୋଳନ କରିବା ପରେ ଅଧ୍ୟାପକ-ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆନ୍ଦୋଳନ ସ୍ଥଗିତ ରଖିଛି। ନଭେମ୍ବର ୩୦ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଏନେଇ ସଂଘ ତରଫରୁ କୁହାଯାଇଛି,“ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିଛି।”

ଖରା ବର୍ଷା ସତ୍ତ୍ୱେ ୫୯ ଦିନ ଧରି ଲୋୟର ପିଏମ୍‌ଜିରେ ମିଳିତ ମଞ୍ଚ ଆନ୍ଦୋଳନ ଚଳାଇଥିଲା। ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ରାସ୍ତା  ବାହାରି ପାରି ନଥିଲା।

ପ୍ରଥମେ ହଜାର ହଜାର ଶିକ୍ଷକ ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲେ। ତଥାପି ସରକାର କିଛି ନ ଶୁଣିବାରୁ ପ୍ରତିବାଦ ସ୍ୱରୂପ କଳା ବ୍ୟାଜ୍ ପିନ୍ଧି ଶିକ୍ଷାଦାନ କରିଥିଲେ।



from Odisha Reporter https://ift.tt/2NCDQ3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages