ଅପରାଜିତ ୫୫୬ ରନ୍ ସହ ୪ ୱିକେଟ୍ ନେଲେ ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

ଅପରାଜିତ ୫୫୬ ରନ୍ ସହ ୪ ୱିକେଟ୍ ନେଲେ ଏହି ଖେଳାଳି

ନୂଆଦିଲ୍ଲୀ: ମାତ୍ର ୧୪ ବର୍ଷ ବୟସରେ ପ୍ରିୟାଂଶୁ ମୋଲିୟା ଶ୍ରୀ ଡିକେ ଗାଏକ୍ୱାଏଡ୍‌ ଅଣ୍ଡର-୧୪ ଟୁର୍ଣ୍ଣାମେଣ୍ଟ୍‌ରେ ଅପରାଜିତ ୫୫୬ ରନ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ଭଦୋଦରା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ଦୁଇ ଦିନିଆ କ୍ରିକେଟ୍‌ ମ୍ୟାଚ୍‌ରେ ଗୁଜରାଟ୍‌ର ପ୍ରିୟାଂଶୁ ଯୋଗୀ କ୍ରିକେଟ୍‌ ଏକାଡେମୀ ବିପକ୍ଷ ମ୍ୟାଚ୍‌ରେ ଏଭଳି ରେକର୍ଡ କରିଛନ୍ତି।

ପୂର୍ବତନ କ୍ରିକେଟର୍‌ ମୋହିନ୍ଦର ଅମରନାଥଙ୍କ ତତ୍ତ୍ୱାବଧାନରେ କ୍ରିକେଟ୍‌ ଖେଳୁଥିବା ପ୍ରିୟାଂଶୁ ନିଜର ୫୫୬ ରନ୍‌ ଇନିଂସ୍‌ରେ ୯୮ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଛନ୍ତି। କେବଳ ବ୍ୟାଟିଂରେ ନୁହେଁ ବୋଲିଂରେ ମଧ୍ୟ ପ୍ରିୟାଂଶୁ କମାଲ କରିଛନ୍ତି।

ଅପସ୍ପିନ୍‌ ବୋଲିଂ କରୁଥିବା ପ୍ରିୟାଂଶୁ ୪ଟି ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସ୍ରେ ପ୍ରିୟାଂଶୁ ପ୍ରଥମେ ବୋଲିଂ କରି ୪ଟି ୱିକେଟ୍‌ ନେଇଥିଲେ। ଫଳରେ ଯୋଗୀ କ୍ରିକେଟ୍‌ ଏକାଡେମୀ ୫୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।

ଏହାପରେ ସେ ବ୍ୟାଟିଂ କରିବାକୁ ଆସି ପ୍ରଥମ ଦିନରେ ୪୦୮ ଓ ଦ୍ୱିତୀୟ ଦିନରେ ୧୪୮ ରନ୍‌ କରି ସର୍ବମୋଟ ୩୧୯ ବଲରେ ୫୫୬ ରନ୍‌ କରିଥିଲେ।
ଏହି ମ୍ୟାଚ୍‌ ପୂର୍ବରୁ ପ୍ରିୟାଂଶୁଙ୍କ ସର୍ବାଧିକ ୨୫୪ ରନ୍‌ କରିଥିଲେ। ପ୍ରିୟାଂଶୁ ଏଭଳି ଇନିଂସ୍‌ର ଶ୍ରେୟ ତାଙ୍କ ମେଣ୍ଟୋର ଅମରନାଥଙ୍କୁ ଦେଇଛନ୍ତି।



from Odisha Reporter https://ift.tt/2RpS4qT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages