‘ପୂଜା’ ଆଉ ‘ବାତ୍ୟା’ର ପ୍ରେମ କାହାଣୀ ଭିତରେ ଚାଲନ୍ତୁ ବୁଲି ଆସିବା ଦଶହରା ବଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 10, 2018

‘ପୂଜା’ ଆଉ ‘ବାତ୍ୟା’ର ପ୍ରେମ କାହାଣୀ ଭିତରେ ଚାଲନ୍ତୁ ବୁଲି ଆସିବା ଦଶହରା ବଜାର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦଶହରାକୁ ବାତ୍ୟା ଭଲ ପାଇ ଯାଇଛି ନା କ’ଣ? ଦେଖନ୍ତୁତ ପ୍ରତି ବର୍ଷ ପୂଜା ବେଳକୁ ଅସରାଏ ଦି ଅସରା ବର୍ଷା ହେବାଟା ଥୟ। ଏପଟେ ବାଉଁଶ ପୋତା ସରିଲାଣି। ତୋରଣ ବନ୍ଧା ଚାଲିଛି। ଠାଏ ଠାଏ ମଣ୍ଡପ ବି ସଜା ହେଲାଣି। ମୂର୍ତ୍ତିରେ ଖଡ଼ି ରଙ୍ଗ ସରିଲାଣି।ଏତିକି ବେଳକୁ ଏଇ ‘ତିତ୍‌ଲି’କୁ ଆସିବାର ଥିଲା?

ବାତ୍ୟା ହେବାର ଥିଲେ ହେବ। ତିତ୍‌ଲି ଆସିବାର ଥିଲେ ଆସିବ। ତାକୁ କିଏ ରୋକିବ। ହେଉ ପଛେ ବାତ୍ୟା, ତଥାପି ଚାଲନ୍ତୁ ଯିବା ବାପୁଜୀନଗର ଆଡ଼କୁ, ସେପଟ ଏରିଆରେ ଯେତେ ଇଲେକଟ୍ରୋନିକ ଦୋକାନ ଅଛି ଘେରେ ମୁହଁ ମାରିଦବା।ଚିକିଚିକିଆ ଆଲୁଅରେ ଟିଭି, ଫ୍ରିଜ୍, ୱାଶିଂ ମେଶିନ, ଡିଜିଟାଲ କ୍ୟାମେରା, ମିକ୍ସର ଗ୍ରାଇଣ୍ଡର, ଯାହା ଇଚ୍ଛା ହେବ କିଣିବା, ପୂଜା ଅଫର ବୁଝିବା। ଡିକ୍ସାଉଣ୍ଟ୍ ସାଙ୍ଗକୁ ଲକି ଡ୍ର’ର ମଜା ନେବା।

ସେପଟ ଏରିଆରେ ଆପଣ ଦେଖିଥିବେ ସ୍ପେକ୍ଟ୍ରା ଭିଜନ, ରାଜ ଇଲେକ୍ଟ୍ରୋନିକ୍ସ, ପାତ୍ର ଇଲେକ୍ଟ୍ରୋନିକ୍ସ, କମ୍ଫୋଟ୍ରୋନିକ୍ସ ଆଦି ଭଳିକି ଭଳି କଞ୍ଜ୍ୟୁମର ଡ୍ୟୁରେବଲ୍ ଶୋ’ରୁମ୍ ସବୁ।

ଅଫର ଚାଲୁ ହେଲାଣି

ସେଠି କାଳେ ସବୁ ଅଫର ଚାଲୁ ହେଲାଣି। ଜଣେ ଶୋ’ରୁମ୍ ମାଲିକଙ୍କ କହିବା ଅନୁସାରେ, ଏଇ ଟିଭି, ଫ୍ରିଜ୍, ୱାଶିଂ ମେଶିନ୍ ଭଳି ଯେତେ ସବୁ ଆବଶ୍ୟକ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ ଆଇଟମ ରହିଛି, ସେ ସବୁରେ ଓଡ଼ିଶାରେ ବର୍ଷକୁ ୧୦୦ ରୁ ୧୧୦ କୋଟି ଟଙ୍କାର କାରବାର ହେଉଛି। ଏଇ ପୂଜା ବେଳେ ଇଲେକ୍ଟ୍ରୋନିକ ଡିଷ୍ଟ୍ରିବ୍ୟୁଟରମାନେ ପ୍ରାୟ ୪୦% ଅଧିକ ବିକ୍ରି ଆଶା କରୁଛନ୍ତି।

ନିଡ୍‌ବେସ୍ଡ ପର୍ଚେଜ୍‌

କିନ୍ତୁ ସ୍ପେକ୍ଟ୍ରା ଭିଜନର ସ୍ୱତ୍ୱାଧିକାରୀ କହିଛନ୍ତି, ସମୟ ବଦଳିଲାଣି। ଲୋକେ ପୂଜା ବଜାରକୁ ନେଇ ଆଗଭଳି ଆଉ ଉତ୍ସାହ ପ୍ରଦର୍ଶନ କରୁ ନାହାନ୍ତି। କାରଣ ଲୋକେ ନିଜ ଆବଶ୍ୟକତା ଅନୁସାରେ କ୍ରୟ କରୁଛନ୍ତି। ତା’ ଛଡ଼ା ଏବେ ତ ସଦାବେଳେ କିଛି ନା କିଛି ଅଫର୍ ଲାଗି ରହିଛି, ତେଣୁ ପୂଜା ବଜାର କହିଲେ ସେମିତି ବିଶେଷ କିଛି ଅଫର ନାହିଁ।

ଆଉ ଏକ ନାଁ କରା ଶୋ’ରୁମ୍‌ର ସ୍ୱତ୍ୱାଧିକାରୀ କହିଛନ୍ତି, “ପ୍ରକୃତରେ ‘ତିତ୍‌ଲି’ ଆମକୁ ହଇରାଣ କରିବାର ପ୍ରବଳ ଆଶଙ୍କା ରହିଛି। ଯାହା ଅଫର ଅଛି ଲୋକେ ଆସିଲେ ସିନା ଦେଖିବେ। ଯଦି ‘ତିତ୍‌ଲି’କୁ ଡରି ନ ଆସନ୍ତି ତେବେ ବେପାର ନା ଫେପାର।”

ତଥାପି ଜଣେ ଗ୍ରାହକଙ୍କ କହିବା ଅନୁସାରେ ଗୁଡ଼ାଏ ଶୋ’ରୁମ୍‌ରେ କାଳେ ଅପ୍‌ ଟୁ ୩୦% ଅଫ୍ ମିଳୁଛି। ଯାହାର ଇଛା ସିଏ କିଣିବ।



from Odisha Reporter https://ift.tt/2yxlKuf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages