କୁଆଁର ପୂନେଇଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 31, 2018

କୁଆଁର ପୂନେଇଁ

କୁଆଁର ପୂନେଇଁ ସନ୍ଧ୍ୟାରେ ମୋ ମୁହଁ ଦେଖିଲେ, ତମେ ପାଣି ପିଇବ ବୋଲି, ତମେ ରାଣ ଦେଇଥିଲ ତମ ଗାଁକୁ ଯିବାକୁ। ସାଙ୍ଗଠୁ ତା’ ବାପାଙ୍କ ସ୍କୁଟର୍ ଧରି ପହଞ୍ଚି ଯାଇଥିଲି ତମ ସାହି ପାଖ ନଦୀ କୂଳରେ। ଚାନ୍ଦ ବନ୍ଦେଇ ବନ୍ଦାଣ ଭୋଗ ଦେବା ବାହାନାରେ ଆସିଲ ତମେ, ଆଉ ତମ ସାନ ଭଉଣୀ। ସାନ ଭଉଣୀକୁ ଟିକେ ଦୂରକୁ ପଠେଇ ଦେଇ ଚୁପ୍ କରି ମୋ ବାମ ଗାଲରେ ଆଙ୍କିଥିଲ ଏକ ଲାଲ୍‌ ଚୁମ୍ୱନ।

ତମ ଗାଁରୁ ଫେରିଲା ବାଟରେ ସ୍କୁଟର ହେଡ୍ ଲାଇଟ୍ କଟିଯାଇଛି, ଆଉ କେତେବେଳେ ଆକ୍ସିଡେଣ୍ଟ ହେଇଛି, ସେକଥା ମୁଁ ଜାଣି ପାରିନି। ପରଦିନ ହସ୍ପିଟାଲ୍‌ରେ ମୋ ହୋସ୍ ଆସିଲା ବେଳକୁ, ତମ ନୀଳ ନୟନ ଯୋଡ଼ା ଲୁହରେ ଭରି ରହିଥିଲା।

‘ଆଉ କେବେ ତମକୁ ରାତିରେ ଆମ ଗାଁକୁ ଡାକିବିନି।’ ତମେ କହିଥିଲ।

ତମେ ତମ କଥା ରଖି, ଆଉ କେବେ ମତେ ତମ ଗାଁକୁ ଡାକିନ। ମୁଁ ବି କେବେ ଆଉ ଯାଇନି ତମ ଗାଁକୁ।

X     X    X

କିଛିଦିନ ପରେ ଦିନେ ରାତିରେ ଗାଁ ଦାଣ୍ଡରେ ବାଣ ଫୁଟାଇ ତମ ବରଯାତ୍ରୀ ଦଳ ଯାଉଥିଲା। ଇଚ୍ଛା ହେଉଥିଲା ଶେଷଥର ପାଇଁ ଟିକେ ବୁଲି ଯାଆନ୍ତି ତମ ଗାଁକୁ। ତମକୁ ଟିକେ ଦେଖା କରିବାକୁ। ହେଲେ ହସ୍ପିଟାଲ୍‌ରେ ତମ ଆଖିରୁ ବୋହି ଆସିଥିବା ସେଦିନର ଲୁହ କେଇବୁନ୍ଦା, ମତେ ଯେମିତି ବାରଣ କରୁଥିଲା। ମୁଁ ରହିଗଲି।

ଥାଲକୁଡି, ମଙ୍ଗଳପୁର, ଯାଜପୁର
ଫୋନ- ୯୪୩୯୭୫୦୧୭୫



from Odisha Reporter https://ift.tt/2Di6Woi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages