
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଚାଇନିଜ୍ ବାସ୍ତୁଶାସ୍ତ୍ର ‘ଫେଙ୍ଗ୍ ଶୁଇ’ରେ ତିନି ଗୋଡ଼ ବିଶିଷ୍ଟ ବେଙ୍ଗର ମୂର୍ତ୍ତିକୁ ଶୁଭ ବୋଲି କୁହାଯାଇଛି।
ଘରେ ଏହି ତିନି ଗୋଡ଼ିଆ ବେଙ୍ଗର ମୂର୍ତ୍ତି ରଖିଲେ, ବାସ୍ତୁଜନିତ ଦୋଷ ଦୂର ହୋଇ ଶାରୀରିକ, ମାନସିକ ଓ ଆର୍ଥିକ ଲାଭ ମିଳିଥାଏ।
ଆସନ୍ତୁ ଜାଣିବା, ତିନି ଗୋଡ଼ିଆ ବେଙ୍ଗର ମୂର୍ତ୍ତି କେଉଁଠି ଓ କିପରି ରଖିଲେ, କ’ଣ ଲାଭ ମିଳିଥାଏ?
‘ଫେଙ୍ଗ୍ ଶୁଇ’ ଅନୁସାରେ, ଏଭଳି ବେଙ୍ଗ ମୂର୍ତ୍ତି ରଖିବା ଦ୍ୱାରା ଘରକୁ ଧନ ଆସିବା ସହ ପରିବାରରେ ସମସ୍ତଙ୍କ ଶରୀର ସୁସ୍ଥ ମଧ୍ୟ ରହିଥାଏ।
‘ଫେଙ୍ଗ୍ ଶୁଇ’ ଅନୁଯାୟୀ, ମୁହଁରେ କଏନ୍ ଚାପି ଟଙ୍କାର ଗଦି ଉପରେ ବସିଥିବା ବେଙ୍ଗର ମୂର୍ତ୍ତି ରଖିଲେ, ଭାଗ୍ୟୋଦୟ ହୋଇଥାଏ।
ଏହାକୁ ଘରର ମୁଖ୍ୟ ଦ୍ୱାର ପାଖରେ ରଖିଲେ ଅତ୍ୟନ୍ତ ଶୁଭ। ହେଲେ ଭୁଲରେ ବି ଏହାକୁ ରୋଷେଇ ଘର କିମ୍ବା ଶୌଚାଳୟ ଭିତରେ ରଖନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କୁ ଦୁର୍ଭାଗ୍ୟର ଶିକାର ହେବାକୁ ପଡ଼ିବ।
‘ଫେଙ୍ଗ୍ ଶୁଇ’ ଅନୁସାରେ, ଏଭଳି ବେଙ୍ଗର ପ୍ରତିମୂର୍ତ୍ତିକୁ କେବେ ହେଲେ ତଳେ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ଏକ ଉଚ୍ଚ ସ୍ଥାନରେ ଲାଲ୍ କାଗଜ କିମ୍ବା ଲାଲ୍ କପଡ଼ା ଉପରେ ରଖନ୍ତୁ। ଦେଖିବେ, ଆପଣଙ୍କ ଘର ସୁଖ ଓ ସମୃଦ୍ଧିରେ ପୂରି ଉଠିବ। ଆପଣଙ୍କ ଘରେ କେବେ ହେଲେ କୌଣସି ଜିନିଷର ଅଭାବ ମଧ୍ୟ ଦେଖାଦେବ ନାହିଁ।
from Odisha Reporter https://ift.tt/2zfEnmV
No comments:
Post a Comment