ବାଉଳା ଧରିଲାଣି ନୂଆ ଚାଣକ୍ୟଙ୍କ ଅଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ବାଉଳା ଧରିଲାଣି ନୂଆ ଚାଣକ୍ୟଙ୍କ ଅଙ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ସର୍ବେସର୍ବା ଭାବେ ଗତ କିଛିବର୍ଷ ହେଲା ଉଭା ହୋଇଥିବା ନୂଆ ଚାଣକ୍ୟଙ୍କ ଅଙ୍କ ସବୁ କୁଆଡ଼େ ଏବେ ଭୁଲ୍ ହୋଇଯାଉଛି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଏହି ପ୍ରଶାସନିକ ଅଫିସର ତଥା ଚାଣକ୍ୟଙ୍କ ବିନା ଈସାରାରେ ଉଭୟ ବିଜେଡି ଓ ସରକାରରେ କୁଆଡ଼େ ପତ୍ର ହଲୁନାହିଁ। ଆଉ ବିଜେଡି ଓ ରାଜ୍ୟ ପ୍ରଶାସନିକ କଳରେ ଯାହା ସବୁ ଚାଲିଛି କୁଆଡ଼େ ତାଙ୍କ ନିର୍ଦ୍ଦେଶ ଅଥବା ସହମତିରେ ଚାଲିଛି।

କିନ୍ତୁ ଏହି ତୃତୀୟ ମହଲା ବାବୁଙ୍କର କିଛି ଅଙ୍କ ଏବେ ଭୁଲ୍ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି, ରାଜ୍ୟରେ ଆଗୁଆ ସାଧାରଣ ନିର୍ବାଚନ ହେବ ବୋଲି କୁଆଡ଼େ ଏହି ବାବୁ ଗଣନା କରିଥିଲେ। ଯେଉଁଥିପାଇଁ ତାଙ୍କ ନିର୍ଦ୍ଦେଶରେ ଉଭୟ ଦଳ ଓ ପ୍ରଶାସନିକ କଳ ଅକ୍ଟୋବର ୨ ତାରିଖକୁ ଡେଡଲାଇନ୍ ଧରିନେଇ ଫୁଲ୍ ଦମରେ ପ୍ରସ୍ତୁତି ଆରମ୍ଭ କରିଥିଲା। କିନ୍ତୁ ଆଗୁଆ ନିର୍ବାଚନ ହେଲାନି। ଆଉ ସରକାର ଘୋଷଣା କରିଥିବା ପୁଳାପୁଳା ଯୋଜନାର ସୁଫଳ କିଭଳି ଆଗାମୀ ୫ ମାସ ମଧ୍ୟରେ ସବୁ ବର୍ଗର ଲୋକଙ୍କୁ ମିଳିବ ତାହା କୁଆଡ଼େ ପ୍ରଶାସନର ଚିନ୍ତା ବଢ଼ାଇଲାଣି। ଏବେ କୁଆଡ଼େ ନୂଆ ଭେଳିକି ଦେଖାଇବା ପାଇଁ ୭୦ ଲକ୍ଷ ପରିବାରକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ କାର୍ଡ ବାଣ୍ଟି ସେଥିରୁ ରାଜନୀତିକ ମାଇଲେଜ୍ ନେବାକୁ ଉଦ୍ୟମ ହେଲାଣି।

ସେହିପରି ତିତ୍‌ଲି କ୍ଷୟକ୍ଷତିକୁ ଆକଳନ ନକରି ଏହି ନୂଆ ଚାଣକ୍ୟଙ୍କ କଥାରେ କୁଆଡ଼େ ରାଜସ୍ୱ ବିଭାଗ ପକ୍ଷରୁ ୧୧ ତାରିଖରେ ଏକ ପ୍ରେସ୍ ରିଲିଜ୍ ଜାରି କରାଗଲା। ଯେଉଁଥିରେ ‘ତିତ୍‌ଲି’ର ସଫଳ ମୁକାବିଲା ଯୋଗୁ ରାଜ୍ୟରେ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟକୁ ହାସଲ କରିବା ସମ୍ଭବପର ହେଲା ବୋଲି ଦାବି କରାଗଲା। କିନ୍ତୁ ଏହି ଦାବି ୨୪ ଘଣ୍ଟା ବି ତିଷ୍ଠିଲା ନାହିଁ। ଆଉ ସବୁଠୁ ବଡ଼କଥା ହେଲା, ଏଥର କ୍ଷୟକ୍ଷତିକୁ ଲୁଚାଇବା ପ୍ରସଙ୍ଗରେ ମିଡିଆ ବି ଚାଣକ୍ୟଙ୍କୁ ସାଥ୍ ଦେଉନି।

ସେହିପରି ଏହି ଚାଣକ୍ୟଙ୍କ ନିର୍ଦ୍ଦେଶରେ ବିଜେଡିର ଛାତ୍ର ଓ ଯୁବ କର୍ମକର୍ତ୍ତାଙ୍କୁ ମାସିକ ୧୫ ହଜାର ଟଙ୍କାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ‘କୋ-ଅର୍ଡିନେଟର’ ଭାବେ ଅବସ୍ଥାପିତ କରାଯାଇଛି। କିନ୍ତୁ ସେହି ଛାତ୍ର-ଯୁବନେତାମାନେ ଏବେ ଦଳ ଉପରେ ବୋଝ ହେଲେଣି। ନେତାଗିରି ଦେଖାଇ ବିଜେଡିର ଭୋଟ୍‌ବ୍ୟାଙ୍କ ବଢ଼ାଇବା ପରିବର୍ତ୍ତେ କିଭଳି କମିବ ସେଭଳି ଆଚରଣମାନ କରିବାରେ ଲାଗିଲେଣି।

ଖାସ୍ ଏଇଥିପାଇଁ କୁଆଡ଼େ ଏହି କୋ-ଅର୍ଡିନେଟର୍‌ଙ୍କ ପରଫରମାନ୍ସକୁ ଏବେ ନବୀନ ନିବାସରେ ବସୁଥିବା ପ୍ରଶାସକରୁ ରାଜନେତା ହୋଇଥିବା ବିଜେଡିର ଜଣେ ମୁଖପାତ୍ର ଖୁବଶୀଘ୍ର ସମୀକ୍ଷା କରିବେ। କେବଳ ଏତିକି ନୁହେଁ ନୂଆ ଚାଣକ୍ୟ କୁଆଡ଼େ ଏବେ ଯାହାବି ନିଷ୍ପତ୍ତି ନେଉଛନ୍ତି ତାହା ଉଭୟ ସରକାର ଓ ଦଳକୁ ପରବର୍ତ୍ତୀ ସମୟରେ ଅଡ଼ୁଆରେ ପକାଉଛି ବୋଲି ଦଳୀୟ ମହଲରେଏବେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2A9buuy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages