ସ୍ୱାମୀଙ୍କ ସହ କଳି କରି ନିଜ ସହ ୪ ଛୁଆଙ୍କୁ ଜାଳିଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ସ୍ୱାମୀଙ୍କ ସହ କଳି କରି ନିଜ ସହ ୪ ଛୁଆଙ୍କୁ ଜାଳିଦେଲା ମା’

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ନିଜର ୪ ଜଣ ଛୁଆଙ୍କୁ ହାତଗୋଡ଼ ବାନ୍ଧି ନିଆଁରେ ଜାଳିଦେବା ସହ ନିଜେ ମଧ୍ୟ ପୋଡ଼ି ହୋଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାରେ ମହିଳା ଓ ତାଙ୍କର ୩ ଜଣ ଛୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶିଶୁ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ହମିରପୁର ଏସ୍‌ପି ହେମରାଜ ମୀନା କହିଛନ୍ତି, ଶୁକ୍ରବାର ସନ୍ଧ୍ୟାରେ ଅମଗାଭ ଗାଁରେ ଏହି ଘଟଣା ଘଟିଛି। ୨୮ ବର୍ଷୀୟ ମହିଳା ପ୍ରେମବତୀ ଓରଫ୍‌ ସୁଖୋ ଓ ତାଙ୍କ ସ୍ୱାମୀ ପରସ୍ପର ସହ ପ୍ରତିଦିନ ଝଗଡ଼ା କରନ୍ତି।

କିନ୍ତୁ ଶୁକ୍ରବାର ଏହି ପାଟିତୁଣ୍ଡ ଭୟଙ୍କର ରୂପ ନେଇଥିଲା। ସ୍ୱାମୀଙ୍କ ସହ ପାଟିତୁଣ୍ଡ କରିବା ପରେ ପ୍ରେମବତୀ ପ୍ରଥମେ ନିଜର ୭ ବର୍ଷୀୟ ଝିଅ ସପ୍ନା, ୫ ବର୍ଷୀୟ ପୁଅ ପ୍ରଶାନ୍ତ, ୩ ବର୍ଷୀୟ ଝଅ ସ୍ନେହା ଓ ବର୍ଷକର ଶିଶୁପୁତ୍ର ଦିବ୍ୟାଂଶଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ସେମାନଙ୍କୁ ଏକାଠି ବସାଇ ସେମାନଙ୍କ ଉପରେ କିରାସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ।

ପିଲାମାନେ ଜଳିଯିବା ପରେ ସେ ମଧ୍ୟ କିରାସିନ୍‌ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ହିଁ ଦିବ୍ୟାଂଶଙ୍କ ମୃତ୍ୟୁ ଘଟିଥିବା ବେଳେ ସପ୍ନା କମ୍ୟୁନିଟି ସେଣ୍ଟରରେ ପ୍ରାଣ ହରାଇଥିଲେ। ପ୍ରଶାନ୍ତ, ପ୍ରେମାବତୀ ଓ ସ୍ନେହାଙ୍କୁ ଝାନ୍‌ସୀ ମେଡିକାଲ୍‌କୁ ପଠା ଯାଇଥିଲା। ତେବେ ସେଠାରେ ଡାକ୍ତର ପ୍ରେମବତୀ ଓ ସ୍ନେହାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ବି ପ୍ରଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2QINyDE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages