
ପୁଣେ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ୧୧୦ ବଲ୍ରେ ଶତକ ହାସଲ କରି ଟିମ୍ ଇଣ୍ଡିଆର ଅଧିନାୟକ ତଥା ରନ୍ ମେସିନ୍ ବିରାଟ କୋହଲି ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟର୍ର ୩୮ ତମ ଶତକ ହୋଇଥିବା ବେଳେ ପ୍ରଥମ ଭାରତୀୟ ଭାବେ ସେ କ୍ରମାଗତ ୩ଟି ଦିନିକିଆରେ ୩ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି।
ବିରାଟ୍ଙ୍କ ପୂର୍ବରୁ ଏଭଳି ରେକର୍ଡ ଅନ୍ୟ କୌଣସି ଭାରତୀୟ କରିପାରି ନଥିଲେ। କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ୧୪୦, ଦ୍ୱିତୀୟ ଦିନିକିଆରେ ଅପରାଜିତ ୧୫୭ ରନ୍ର ଇନିଂସ୍ ଖେଳିଥିଲେ। ଏବେ ସେ ତୃତୀୟ ଦିନିକିଆରେ ଶତକ ହାସଲ କରିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ସିରିଜ୍ରେ ୩୯୭ ରନ୍ କରିଛନ୍ତି। ସେହିପରି ସେ ଥରେ ମାତ୍ର ଆଉଟ୍ ହୋଇଛନ୍ତି।
ସେହିପରି ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟ୍ରେ ୬୨ଟି ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର୍ ଜ୍ୟାକି କାଲିସ୍ଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। କାଲିସ୍ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ୬୨ଟି ଶତକ ହାସଲ କରିବାର ବିଶ୍ୱର ୪ର୍ଥ ଖେଳାଳି। କୋହଲି ଏବେ ତାଙ୍କ ସହ ସମାନ ହୋଇଛନ୍ତି। ବିରାଟ୍ କେବଳ ୨୦୧୮ରେ ୧୦ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି।
A hat-trick of centuries for #KingKohli
He becomes the first Indian cricketer to score hundreds in 3 consecutive ODIs. Whaddaaplayaa 😍 pic.twitter.com/G08i07ubXo
— BCCI (@BCCI) October 27, 2018
from Odisha Reporter https://ift.tt/2qgBZZb
No comments:
Post a Comment