# MeToo: ବିନୀତାଙ୍କଠାରୁ ଲିଖିତ କ୍ଷମା ସହ ୧ କୋଟି ଟଙ୍କା ଦାବି କଲେ ‘ସଂସ୍କାରୀ ବାବୁଜୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

# MeToo: ବିନୀତାଙ୍କଠାରୁ ଲିଖିତ କ୍ଷମା ସହ ୧ କୋଟି ଟଙ୍କା ଦାବି କଲେ ‘ସଂସ୍କାରୀ ବାବୁଜୀ’

ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫିଲ୍ମ ଓ ଟେଲି ଦୁନିଆର ‘ସଂସ୍କାରୀ ବାବୁଜୀ’ ଭାବେ ଜଣାଶୁଣା ବରିଷ୍ଠ ଅଭିନେତା ଆଲୋକ ନାଥ ଆଜି ଅଭିଯୋଗକାରୀ ତଥା ଲେଖକ ଓ ପ୍ରଯୋଜକ ବିନୀତା ନନ୍ଦାଙ୍କ ବିରୋଧରେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ କୋର୍ଟରେ ମାନହାନି କେସ୍‌ କରିବା ସହ ବିନୀତାଙ୍କୁ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି।

ଖାଲି ସେତିକି ନୁହେଁ, ବିନୀତା ମିଥ୍ୟା ଅଭିଯୋଗ କରିଥିବାରୁ ତାଙ୍କ ସମ୍ମାନହାନି ହୋଇଛି। ତେଣୁ ସେ ତାଙ୍କଠାରୁ ୧ କୋଟି ଟଙ୍କାର କ୍ଷତିପୂରଣ ମାଗିଛନ୍ତି। ଆଲୋକ ନାଥ ଓ ତାଙ୍କ ପତ୍ନୀ ଆଶୁ ନାଥ ବିନୀତାଙ୍କ ବିରୋଧରେ ଏଭଳି ମାମଲା ରୁଜୁ କରିଛନ୍ତି।

ଆଲୋକ ନାଥ ପ୍ରଯୋଜକ ବିନୀତାଙ୍କୁ ପାଖାପାଖି ୨୦ ବର୍ଷ ତଳେ ଡ୍ରିଙ୍କ୍‌ସରେ ନିଶା ମିଶାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ବିନୀତା ନୁହନ୍ତି ସନ୍ଧ୍ୟା ମୃଦୁଲ ଓ ଦୀପିକା ଅମୀନ୍‌ ମଧ୍ୟ ସଂସ୍କାରୀ ବାବୁଜୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ନେଇ ମୁହଁ ଖୋଲିଥିଲେ।

ପୂର୍ବରୁ ମଧ୍ୟ ଆଲୋକ ନାଥଙ୍କ ଓକିଲ ବିନୀତାଙ୍କ ନାଁରେ ମାନହାନି କେସ୍‌ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ।



from Odisha Reporter https://ift.tt/2OqifR7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages