ଫେଲ୍‌ ମାରିଲା ‘ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 20, 2018

ଫେଲ୍‌ ମାରିଲା ‘ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ’!

ବରଗଡ଼ (ଓଡ଼ିଶା ରିପୋର୍ଟର): ଫେଲ୍‌ ମାରିବାକୁ ବସିଛି ବରଗଡ଼ର ବହୁଚର୍ଚ୍ଚିତ ‘ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ’! ବିଜେପୁର ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ଏବେ ଏହି ଅଞ୍ଚଳରେ ଶହ ଶହ ହେକ୍ଟର ଜମିରେ ଧାନ ଫସଲ ମରିବାକୁ ବସିଲାଣି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଭୋଟ୍‌ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଚାଷୀଙ୍କ ପ୍ରତି ଏକ ଉପହାସ ବୋଲି ଅଭିଯୋଗ ହୋଇଛି।

ମହାନଦୀରେ ପାଣି ଭରପୁର ରହିଛି। ହେଲେ କେଇ ମିଟର ଦୂରରେ ପାଣି ଅଭାବରୁ ଧାନ ମଲାଣି। ଜମି ଫାଟି ଆଁ କରିଛି। ଯେନତେନ ପ୍ରକାରେ ବର୍ଷ ଯାକର ଦାନା ବଞ୍ଚାଇବାକୁ ଭାରରେ ପାଣି ବୋହି ଜମିକୁ ଆଣୁଛି ଚାଷୀ। ବରଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ‘ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ’ ଅଧୀନରେ ଆସୁଥିବା ଆମ୍ବାଭୋନାରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ।

ବିଜେପୁର ଉପ-ନିର୍ବାଚନର ଠିକ୍‌ ପୂର୍ବରୁ ଅର୍ଥାତ୍ ଗତବର୍ଷ ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ। ମେଗା ଜଳସେଚନ ପ୍ରକଳ୍ପ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଖଲି, ତାମଦେଇ ଓ ଜାମପାଲି ଅଞ୍ଚଳର ୪୧ଟି ଗାଁର ୪୭୨୦ ହେକ୍ଟର ଜମିରେ ଫସଲ ହସିବ ବୋଲି ଚାଷୀଙ୍କୁ ସ୍ୱପ୍ନ ଦେଖାଇଥିଲେ ସରକାର। ହେଲେ ଚାଷୀଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ପ୍ରକଳ୍ପ ପାଇଁ ପାଣି ଟାଙ୍କି ବସିଛି। ପମ୍ପ ହାଉସ୍ ମଧ୍ୟ ଅଛି। ହେଲେ ବିଦ୍ୟୁତ୍ ଗ୍ରୀଡ୍ ନଥିବାରୁ ପମ୍ପ ଚାଲୁନି। ଏଣେ ପାଣି ନପାଇ ଧାନ ଗଛ ଠିଆ ଜଳି ଗଲାଣି। ଚାଷୀଙ୍କ ଅଭିଯୋଗ ଯେ, କେବଳ ଭୋଟ ହାତେଇବାକୁ ଲୋକଙ୍କୁ ଭୂଆଁ ବୁଲାଇ ରାତି ଅଧିଆ ପ୍ରକଳ୍ପ ଲୋକାର୍ପିତ ହୋଇଛି।

ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂଙ୍କ ଅଞ୍ଚଳରେ ରହିଛି ‘ପାର୍ବତୀ ଗିରି ମେଗା ଜଳସେଚନ ପ୍ରକଳ୍ପ’। ଏଥିପାଇଁ ବିଦ୍ୟୁତ୍ କଣ୍ଟା ସାଜିଛି। ଦୂରଦୃଷ୍ଟି ଅଭାବରୁ ଏତେବଡ଼ ପ୍ରକଳ୍ପ ପାଇଁ ବିଦ୍ୟୁତ୍ ଗ୍ରୀଡଟିଏ ମଧ୍ୟ ନିର୍ମାଣ ହୋଇନି। ପୂରା ଗ୍ରାମାଞ୍ଚଳରେ ବିଦ୍ୟୁତ୍ କାଟ୍ ହେଲେ ଯାଇ ମାତ୍ର ୩ ଘଣ୍ଟା ପମ୍ପ ଚାଲୁଛି।

ସୂଚନା ଅନୁସାରେ ୪୨.୨୪ କୋଟି ବ୍ୟୟରେ ‘ଚିଖିଲି ପ୍ରକଳ୍ପ’ ପାଇଁ ୪ଟି ପମ୍ପସେଟ୍, ୨୭.୮୮ କୋଟିରେ ନିର୍ମିତ ‘ଜାମପାଲ୍ଲୀ’ ପାଇଁ ୩ଟି ଓ ୨୯.୫୭ କୋଟିରେ ନିର୍ମିତ ‘ତାମଦେଇ’ ପାଇଁ ୪ଟି ପମ୍ପସେଟ୍ ଦରକାର। ହେଲେ ବିଦ୍ୟୁତ୍ ନଥିବାରୁ ଏସବୁ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ସେଟ୍ ଲାଗିପାରୁନି। ଏଭଳି ଅବସ୍ଥାରେ ଏହା ଏକ ଫେଲ୍‌ ପ୍ରୋଜେକ୍ଟ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଶକ୍ତି ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ କହିଛନ୍ତି, ଶୀଘ୍ର ପ୍ରକଳ୍ପ ଚାଲୁ କରିବା ପାଇଁ ଉଦ୍ୟମ ହେବ।



from Odisha Reporter https://ift.tt/2CwRDHk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages