ହ୍ରିତିକ୍ ରୋଶନ ହେଲେ ଟାଟାମୋଟର୍ସର ନୂତନ ବ୍ରାଣ୍ଡ୍ ଆମ୍ୱାସାଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 8, 2018

ହ୍ରିତିକ୍ ରୋଶନ ହେଲେ ଟାଟାମୋଟର୍ସର ନୂତନ ବ୍ରାଣ୍ଡ୍ ଆମ୍ୱାସାଡର

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବଜାରକୁ ଆଖି ଆଗରେ ରଖି ଅକ୍ଟୋବର ୧୦ରେ ଦେଶର ପ୍ରମୁଖ ଅଟୋ ନିର୍ମାତା ଟାଟା ମୋଟର୍ସ ଉନ୍ମୋଚନ କରିବାକୁ ଯାଉଛି ଦି ଅଲ୍-ନ୍ୟୁ ଟାଟା ଟିଗୋର। ଏଥିପାଇଁ କମ୍ପାନୀ ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋଶନଙ୍କୁ ବ୍ରାଣ୍ଡ ଆମ୍ୱାସାଡର ଘୋଷଣା କରିଛି।

ହ୍ରିତିକ୍‌ଙ୍କ ଷ୍ଟାଇଲ୍ ଏବଂ ଅନ୍ଦାଜ ଟାଟା ଟିଗୋରର ଏହି ନୂତନ ସଂସ୍କରଣକୁ ଅଧିକ ମାଇଲେଜ ଦେବ ବୋଲି କମ୍ପାନୀ ଆଶା ରଖିଛି। କମ୍ପାନୀର ପାସେଞ୍ଜର ଭେଇକିଲ୍ ବିଜନେସ୍ ୟୁନିଟ ସଭାପତି ମୟଙ୍କ ପାରେଖ କହିଛନ୍ତି, ମୋଷ୍ଟ ଲଭେବଲ୍ ଏବଂ ଷ୍ଟାଇଲିଶ୍ ଆଇକନଙ୍କୁ ବ୍ରାଣ୍ଡ୍ ଆମ୍ୱାସାଡର ଭାବେ ପାଇଥିବାରୁ ବେଶ୍ ସଫଳତା ହାସଲ କରିବୁ ବୋଲି ଆମେ ଆଶା କରୁଛୁ ।

ସେହିପରି ହ୍ରିତିକ୍ କହିଛନ୍ତି, ଟାଟା ମୋଟର୍ସର ଏକ ଅଂଶ ହେବା ଏବଂ ଟାଟା ଟିଗୋରର ଯାତ୍ରାପଥରେ ପଥିକ ହୋଇ ବେଶ୍ ଉତ୍ସାହିତ। ଏହି ନୂତନ ପିଢ଼ିର ଟାଟା ଟିଗୋର ଚାଳକଙ୍କୁ ବିଳାସମୟ ଅନୁଭୂତି ପ୍ରଦାନ କରିବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଏକ୍ସ-ଶୋ’ରୁମ୍ ପ୍ରାଇସ ଘୋଷଣା କରାଯାଇ ନାହିଁ।



from Odisha Reporter https://ift.tt/2IJxqPA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages