ପଞ୍ଚାୟତ ନିର୍ବାଚନ ଭଣ୍ଡୁର ଉଦ୍ୟମ, ୨ ଏନ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ପଞ୍ଚାୟତ ନିର୍ବାଚନ ଭଣ୍ଡୁର ଉଦ୍ୟମ, ୨ ଏନ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ପୁଣି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଆକ୍ରମଣ କରିଛି ପାକିସ୍ତାନ। ଗଣତାନ୍ତ୍ରିକ ପ୍ରକ୍ରିୟା ଅର୍ଥାତ ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୟଭୀତ କରିବା ପାଇଁ ଆଜି ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ନ୍ୟାଶନାଲ୍‌ କନଫରେନ୍ସ (ଏନ୍‌ସି) କର୍ମୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଶ୍ରୀନଗରର ପୁରୁଣା ସହର କାର‍ଫାଲି ମୋହଲ୍ଲାରେ ଏଭଳି ଆକ୍ରମଣ ହୋଇଛି। ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି।
ଏନ୍‌ସିର କିଛି କର୍ମୀ ୩ ଦିନ ପରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ କାନିକାଡଲ୍‌ଠାରେ ଏକାଠି ହୋଇଥିବା ବେଳେ ୨ ଜଣ ବନ୍ଧୁକଧାରୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ନାଜିର ଅହମ୍ମଦ, ମୁସ୍ତାକ ଅହମ୍ମଦ ଓ ଶକୀଲ ଅହମ୍ମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ନାଜିର ଓ ମୁସ୍ତାକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ବି ଶକୀଲଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ଏମାନେ ଏନସିର କର୍ମୀ ହୋଇଥିବା କୁହାଯାଉଥିଲେ ହେଁ ଦଳ ପକ୍ଷରୁ ଏଯାଏ କିଛି ବି ସ୍ପଷ୍ଟ କରାଯାଇନାହିଁ।



from Odisha Reporter https://ift.tt/2OCYTYh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages