ରହସ୍ୟମୟ ବିଟ୍‌ କଏନ୍‌କୁ ପୂରିଲା ୧୦ ବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ରହସ୍ୟମୟ ବିଟ୍‌ କଏନ୍‌କୁ ପୂରିଲା ୧୦ ବର୍ଷ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆପଣଙ୍କ ମଧ୍ୟରୁ କେହି କେହି ଶୁଣିଥିବେ ବିଟ୍‌ କଏନ୍‌ ବାବଦରେ।  କଣ ଏହି ବିଟ୍‌ କଏନ୍? କେଉଁଠୁ ଏହାର ଆରମ୍ଭ ହୋଇଥିଲା? ଏହାର ବ୍ୟବହାର କେମିତି? ଏଭଳି କି ଏହା ଦେଖିବାକୁ କେମିତି ତାହା ମଧ୍ୟ ଆମେ ଅନେକେ ଜାଣିନେ। କିନ୍ତୁ ଇତି ମଧ୍ୟରେ ଏହି ବିଟ୍‌ କଏନ୍‌କୁ ବିତିଗଲାଣି ୧୦ ବର୍ଷ। ଜାଣିବାକୁ ଚାହାନ୍ତି କି ଏହି ବିଟ୍‌ କଏନ୍‌ ସମ୍ପର୍କରେ? ତେବେ ପଢ଼ନ୍ତୁ

ବିଟ୍‌ କଏନ୍‌ର ଜନ୍ମ

–  ୨୦୦୮ ଅକ୍ଟୋବର ୩୧। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଦିନରେ ପ୍ରଥମ ଥର ପାଇଁ ବିଟ୍‌ କଏନ୍‌ କନସେପ୍ଟ୍ ଆରମ୍ଭ ହୋଇଥିଲା। କ୍ରିପ୍ଟୋ କରେନ୍ସି ବା ଇଲେକ୍ଟ୍ରୋନିକ୍‌ କରେନ୍ସି ମଧ୍ୟରେ ଏହା କାଳେ ବହୁଳ ଆଦୃତ ଏବଂ ପ୍ରଚଳିତ। କିନ୍ତୁ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ନୁହେଁ।

–  ପ୍ରକୃତରେ କିଏ ଏହାର ସୂତ୍ରଧର ତାହା  ଆଜି ଯାଏଁ ଅସ୍ପଷ୍ଟ। କିନ୍ତୁ ‘ସନ୍ତୋଷି ନାକାମୋଟୋ’ ନାମ ବ୍ୟବହାର କରି ଏକ ଗୋଷ୍ଠୀ ଏହାକୁ ଆରମ୍ଭ କରିଥିଲେ।

–  କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ୨୦୧୭ରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ସାରା ବିଶ୍ୱରେ ପାଖାପାଖି ୬୦ ଲକ୍ଷ ଲୋକ କ୍ରିପ୍ଟୋ କରେନ୍ସି ବ୍ୟବହାର କରୁଛନ୍ତି। ସେମାଙ୍କ ମଧ୍ୟରୁ ଅଧିକାଂଶ ଏହି ବିଟ୍‌ କଏନ୍‌କୁ ପସନ୍ଦ କରନ୍ତି।

–  ୨୦୧୮-୧୯ ସାଧାରଣ ବଜେଟ୍‌ରେ ଭାରତ ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ, ବିଟ୍‌ କଏନ୍‌ କାରବାର ସମ୍ପୂର୍ଣ୍ଣ ବେଆଇନ୍। ଏଥିରେ କୌଣସି ହାନି ଲାଭ ହେଲେ ସରକାର ଦାୟୀ ରହିବେ ନାହିଁ।

–  କିଛି ମାସ ପୂର୍ବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ବିଭୂ ପ୍ରସାଦ କାନୁନ୍‌ଗୋ  କହିଥିଲେ ଯେ, ଭାରତ  ସରକାର ନିଜର ସ୍ୱତନ୍ତ୍ର ବିଟ୍‌ କଏନ୍ ପ୍ରଚଳନ କରିବେ।

–  ଇଣ୍ଟରନେଟ୍ ରେ ଏବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍‌ ଦର୍ଶାଉଛି, ଗୋଟିଏ ବିଟ୍‌ କଏନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୪,୬୮,୭୪୩.୦୪ ଟଙ୍କା।

–  ଆଜି କାଲି ଫେସ୍‌ବୁକ୍‌ରେ ଅନେକେ ନିଜ ପ୍ରୋଫାଇଲ୍‌ରେ ବିଟ୍‌କଏନ୍‌ ବିଜ୍‌ନେସମ୍ୟାନ୍ ବୋଲି ନିଜକୁ ଦର୍ଶାଉଛନ୍ତି।

–   ଆଶ୍ଚର୍ଯ୍ୟର କଥା ଏହା ଦେଖିବାକୁ କିଭଳି ତାହା ସାଧାରଣ ଲୋକଙ୍କ ଠାରୁ ଆଜି ବି ଅଛପା ହୋଇ ରହିଛି।

 



from Odisha Reporter https://ift.tt/2q5Rovf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages