ଓକିଲଙ୍କ ଆନ୍ଦୋଳନ ଯୋଗୁ ଅଟକି ରହିଛି ଜଣେ ମା’ର ଶବ ସତ୍କାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 16, 2018

ଓକିଲଙ୍କ ଆନ୍ଦୋଳନ ଯୋଗୁ ଅଟକି ରହିଛି ଜଣେ ମା’ର ଶବ ସତ୍କାର!

ବାରିପଦା (ମାଣିକ ଲାଲ୍‌ ପାଣି): ମୃତ୍ୟୁ ପରେ ବି ଯନ୍ତ୍ରଣା। ଦୁଇ ଦିନ ହେଲା ସତ୍କାର ନ ହୋଇ ପଡ଼ି ରହିଛି ଶବ। ଓକିଲଙ୍କ ଆନ୍ଦୋଳନ ଯୋଗୁ ପୁଅକୁ ଜେଲ୍‌ରୁ ବେଲ୍‌ କିମ୍ବା ପ୍ୟାରୋଲ
ମିଳୁନଥିବାରୁ ଶବ ସତ୍କାର ହୋଇପାରୁନଥିବା ଅଭିଯୋଗ ହୋଇଛି। ଆଜି ଏମିତି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି।

ଗତକାଲି ସନ୍ଧ୍ୟା ବେଳେ ଶୀକାରଘାଟୀ ଗାଁର ୬୦ ବର୍ଷୀୟା ବୃଦ୍ଧା ବୁଧୁବାରୀ ସୋରେନଙ୍କର ମୃତ୍ୟୁ ହୋଇଛି। ମାତ୍ର ଆଜିପର୍ଯ୍ୟନ୍ତ ଶବ ସତ୍କାର ହୋଇପାରିନି। କାରଣ, ପୁଅ ସଞ୍ଜୟ ସୋରେନ୍‌ ଦେଶୀ ମଦ ରଖିବା ଅଭିଯୋଗରେ ଗତ ୯ ତାରିଖରେ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ତେଣୁ ସେ ମା’ଙ୍କ ଶବ ସତ୍କାର କରିବାକୁ ବେଲ୍‌ରେ ଆସିପାରୁ ନାହାନ୍ତି।

ସଞ୍ଜୟଙ୍କୁ ଜାମିନରେ ଅଣିବା ପାଇଁ ପରିବାର ଲୋକେ କୋର୍ଟକୁ ଯାଇଥିଲେ। ମାତ୍ର ଓକିଲଙ୍କ ଆନ୍ଦୋଳନ ଯୋଗୁ ଜାମିନ ମିଳିନଥିବା ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ଜେଲରଙ୍କ ପାଖରେ ଲିଖିତ ଭାବେ ଆପତ୍ତି ଜଣାଇଥିଲେ। ମାତ୍ର ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ପରିବାର ଲୋକେ ଗାଁ ମୁରବିଙ୍କ ଶରଣ ପଶିଥିଲେ। ନିଷ୍ପତ୍ତି ଅନୁସାରେ, ସଞ୍ଜୟ ଜେଲ୍‌ରେ ଥିବାରୁ ତାଙ୍କ ପତ୍ନୀ ଓ ମୃତ ବୁଧୁବାରୀଙ୍କ ସାନ ପୁଅ ମିଶି ଶବ ସତ୍କାର କରିବେ।

ସୂଚନାରୁ ପ୍ରକାଶ, ଆଦିବାସୀ ପରମ୍ପରା ଅନୁସାରେ ମା’ର ମୃତ୍ୟୁ ପରେ ଶବ ସତ୍କାର କାମ ଘରର ବଡ଼ ପୁଅ କରିବା କଥା। ଯଦି ବଡ଼ ପୁଅର ମୃତ୍ୟୁ ହୋଇଯାଇ ଥାଏ, ତାହାହେଲେ ବଡ଼ ମଝିଆଁ ପୁଅ ସେହି କାମ କରିବ। ସେହି ଦୃଷ୍ଟିରୁ ମୃତ ବୁଧୁବାରୀଙ୍କ ବଡ଼ ପୁଅର ପୂର୍ବରୁ ମୃତ୍ୟୁ ହୋଇଥିବାରୁ ବଡ଼ ମଝିଆ ପୁଅ ସଞ୍ଜୟ ମାଆର ଶବ ସତ୍କାର କରିବା କଥା। ମାତ୍ର ସେ ଜେଲ୍‌ରେ ଥିବାରୁ ତାଙ୍କ କାମ ସ୍ତ୍ରୀ ଓ ସାନ ଭାଇ ସମ୍ପାଦନ କରିବେ ବୋଲି ନିଷ୍ପତ୍ତି ହୋଇଛି।



from Odisha Reporter https://ift.tt/2Clybgf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages