
ବେଜିଂ: କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ ବୋଲି ପୁଣି ପ୍ରମାଣିତ ହୋଇଛି। ପୂରା ମ୍ୟାଚ୍ରେ ଗୋଟିଏ ଟିମ୍ ସଂପୂର୍ଣ୍ଣ ୨୦ ଓଭର୍ ବ୍ୟାଟିଂ କରି ମାତ୍ର ୩୫ ରନ୍ ସଂଗ୍ରହ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ବିରଳ କୀର୍ତ୍ତିମାନ ସୃଷ୍ଟି କରିଛି ଚୀନ୍ର ଜାତୀୟ କ୍ରିକେଟ୍ ଟିମ୍।
ଆଇସିସି ପକ୍ଷରୁ ଏସିଆୟ ରିଜନ୍ କ୍ୱାଲିଫାୟରରେ ଚୀନ୍ ଟିମ୍ ଥାଇଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ରେ ୨୦ ଓଭର୍ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୩୫ ରନ୍ କରି ରେକର୍ଡ ସୃଷ୍ଟି କରିଛି। ପ୍ରଥମତଃ ଦଳ ଟି-୨୦ ଇତିହାସରେ ବିଶ୍ୱର ଦ୍ଵିତୀୟ ସର୍ବନିମ୍ନ ସ୍କୋର କରିଥିବା ବେଳେ ପୂରା ୨୦ ଓଭର୍ ବ୍ୟାଟିଂ କରି ଏତେ କମ୍ ରନ୍ ସଂଗ୍ରହ କରିବାର ଇତିହାସ ରଚିଛି।
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଚୀନ୍ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ତଥାପି ଦଳ ପୂରା ୨୦ ଓଭର୍ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲା। ୯ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ୱାଙ୍ଗ ୟା ଦଳ ପକ୍ଷରୁ ୧୧ଟି ବଲ୍ରେ ସର୍ବାଧିକ ୮ ରନ୍ କରିଛନ୍ତି।
from Odisha Reporter https://ift.tt/2Qwclur
No comments:
Post a Comment