
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀକୁ ପାଣି ଛାଡ଼ିବା ହ୍ରାସ କଲାଣି ଛତିଶଗଡ଼। ମହାନଦୀ ଜଳ ପ୍ରବାହ ସଂପର୍କରେ ଏହି ସୂଚନା ଦେଇଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ଗତ ୩୦ ତାରିଖରେ ଜଳ ସଂପଦ ବିଭାଗର ଏକ ଟିମ୍ ହୀରାକୁଦକୁ ଉପର ମୁଣ୍ଡରୁ ଜଳ ପ୍ରବାହର ଅନୁଧ୍ୟାନ କରିଥିଲା। ଏହି ଟିମ୍ର ସଦସ୍ୟମାନେ ହୀରାକୁଦ ଉପର ମୁଣ୍ଡରେ ଥିବା ଛତିଶଗଡ଼ର ୬ଟି ବ୍ୟାରେଜ ବୁଲିଥିଲେ। ତେବେ ୬ଟି ବ୍ୟାରେଜର କୌଣସି ଗେଟ୍ ବନ୍ଦ ହୋଇନଥିବା ଦେଖିଥିଲେ।
ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି-“ଆଜି ୬ଟି ବ୍ୟାରେଜରେ ଅଧିକାଂଶ ଗେଟ୍ ବନ୍ଦ କରାଯାଇଛି। କଲମା ବ୍ୟାରେଜର ୧୮ଟି ଗେଟ୍ ବନ୍ଦ କରାଯାଇଛି। ମିରୋନିର ୮୧ଟି ଗେଟରୁ ମାତ୍ର ୬ଟି ଖୋଲା ରହିଛି। ବସନ୍ତପୁର ବ୍ୟାରେଜର ୮ଟି ଗେଟ୍ ଖୋଲା ରହିଥିବା ବେଳେ ବାକି ସବୁ ବନ୍ଦ ରହିଛି। ସମୋଡ଼ା ବ୍ୟାରେଜର ୪୫ଟି ଗେଟ୍ ବନ୍ଦ କରାଯାଇଛି। ସେଥିପାଇଁ ହୀରାକୁଦକୁ ଜଳ ପ୍ରବାହ କମୁଛି। ଡ୍ୟାମ୍କୁ ବର୍ତ୍ତମାନ ସେକେଣ୍ଡକୁ ମାତ୍ର ୧୨ ହଜାର ଘନଫୁଟ ପାଣି ପଶୁଛି ଏବଂ ୧୬ ହଜାର ଘନଫୁଟ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ବର୍ଷା କମୁଥିବାରୁ ଅଣମୌସୁମୀ ସମୟରେ ଏହାର ପ୍ରଭାବ ପଡ଼ିବ।”
ତେବେ କୌଣସି ଗେଟ୍ ବନ୍ଦ ନରଖିବାକୁ ଛତିଶଗଡ଼କୁ ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇ ଥିବା ଶ୍ରୀ ରଥ କହିଛନ୍ତି ।
from Odisha Reporter https://ift.tt/2zU9jL5
No comments:
Post a Comment