ଜନ୍ମଦିନରେ ଆସନ୍ତୁ ଜାଣିବା ବାଜି ରାଉତଙ୍କ ସମ୍ପର୍କରେ ଅଳ୍ପ କିଛି    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଜନ୍ମଦିନରେ ଆସନ୍ତୁ ଜାଣିବା ବାଜି ରାଉତଙ୍କ ସମ୍ପର୍କରେ ଅଳ୍ପ କିଛି   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାର ବର୍ଷର ବାଳକଟିଏ। ସମସ୍ତେ ସ୍ନେହରେ ଡାକୁଥିଲେ ବାଜିଆ ବୋଲି । ବାପା ମା’ ଙ୍କର ଇଚ୍ଛା ଥିଲା ପୁଅ ବଡ଼ ହୋଇ ସାତ ପୁରୁଷର ନାଁ ରଖିବ।

ହେଲେ କିଏ  ଜାଣିଥିଲା ଜୀବନ ଦେଇ ସାରା ଦେଶବାସୀଙ୍କ ମନରେ ସେ ଅମର ହୋଇଯିବ ଏମିତି। ଆମେ କହୁଛୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ୍‌ ବାଜି ରାଉତଙ୍କ କଥା। ୧୯୨୬ ଠିକ୍‌ ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହାନ୍‌ ସଂଗ୍ରାମୀ।

୧୨ ବର୍ଷ ବୟସରେ ଇଂରେଜ ଗୋରା ସାଇବଙ୍କୁ ଡଙ୍ଗା ପାର୍‌ ନ କରାଇ ତାଙ୍କରି ଗୁଳି ମାଡ଼ରେ ସହୀଦ୍‌ ହୋଇଥିଲେ ସେ।

ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଗରିବ ଖଣ୍ଡାୟତ ପରିବାରରେ ଜନ୍ମିତ ଏହି ମହାନ୍‌ ବିପ୍ଲବୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା କିଛି କଥା।

  • ବାଜି ରାଉତ ବାପାଙ୍କ ନାମ ଥିଲା ହରି ରାଉତ।
  • ପିଲାଟି ବେଳୁ ସେ ବାପାଙ୍କୁ ହରାଇ ମା’ଙ୍କ ଦ୍ୱାରା ପ୍ରତିପାଳିତ ହେଉଥିଲେ।
  • ହେତୁ ପାଇଲା ପରେ ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ କରୁଥିବା ଅତ୍ୟାଚାରକୁ ସେ ଅଙ୍ଗେ ନିଭେଇ ଥିଲେ। ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ(ବୀର ବୈଷ୍ଣବ ନାମରେ ଜଣାଶୁଣା) ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏଥିରେ ଯୋଗ ଦେଇଥିଲେ ବାଜି।
  • ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ତାଙ୍କୁ ପ୍ରଜାମଣ୍ଡଳର ସିପାହୀ କରାଯାଇଥିଲା। ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖିବ।
  • ପ୍ରଜାମଣ୍ଡଳର ହୁକୁମ ରକ୍ଷା କରି ସେ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାରି କରିବାକୁ ମନା କରି ସେମାନଙ୍କ ହାତରେ ଜୀବନ ହରାଇଥିଲେ । ବାଜିରାଉତ ସମେତ ଏହି ଘଟଣାରେ ଅନ୍ୟ ୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।


from Odisha Reporter https://ift.tt/2OCkVe0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages