
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): #ମି ଟୁ ଅଭିଯାନ ବଲିଉଡ୍ରେ ଝଡ଼ ସୃଷ୍ଟି କରିଥିବା ବେଳେ ଏବେ ଏହା ଓଡ଼ିଶାମୁହାଁ ହୋଇଛି। ନାନା ପାଟେକରଙ୍କ ପରେ ଏକାଧିକ ବ୍ୟକ୍ତି ଏହି #ମି ଟୁ ଜାଲରେ ଛନ୍ଦି ହୋଇଥିବା ନଜରକୁ ଆସିଛି। ଧୀରେ ଧୀରେ ତୀବ୍ରରୂପ ଧାରଣ କରୁଥିବା ଏହି ଯୌନ ବ୍ୟଭିଚାର ମାମଲାରେ ଏବେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ୍ ଦାସ ଫସିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ର ଖ୍ୟାତି ଅର୍ଜ୍ଜନ କରିଥିବା ପଦ୍ମଭୂଷଣ ଯତୀନ୍ ଦାସଙ୍କ ନାମରେ ନିଶା ବୋରା ନାମ୍ନୀ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆରିଛନ୍ତି।
#MeToo One of India's most feted artists alive. Padma Bhushan recipient. My molestor. Long post alert. @IndiaMeToo and so MANY other women, starting with @Rxyxsx Thank you for so much. pic.twitter.com/a6VFC6iHys
— Nisha Bora (@NishaBora) October 16, 2018
ନିଶା ନିଜ ଟ୍ୱିଟର ପେଜ୍ରେ ଏହି ଅଭିଯୋଗ ଆଣିଛନ୍ତି। ନିଶା ଅଭିଯୋଗ କରିଛନ୍ତି ଯେ, ୨୦୦୪ରେ ଯତିନ୍ ଦାସଙ୍କ ସହ ଦିଲ୍ଲୀର ଇଣ୍ଡିଆ ଇଣ୍ଟର୍ନ୍ୟାଶନାଲରେ ଏକ ଡିନର ପାର୍ଟିରେ ତାଙ୍କର ସାକ୍ଷାତ୍ ହୋଇଥିଲା। ଏହି ଡିନରଟି ତାଙ୍କ ଶୂଶୁରଙ୍କ ପକ୍ଷରୁ ଆୟୋଜନ ହୋଇଥିଲା। ସେ ଲେଖିଛନ୍ତି, “ସେତେବେଳେ ମତେ ୨୮ ବର୍ଷ ହୋଇଥିଲା। ମୁଁ ନିୟମିତ ଭାବେ ଏମିତି ବେଙ୍ଗାଲୁରୁରୁ ଦିଲ୍ଲୀ ବୁଲିବା ପାଇଁ ଯାଏ। ଏହାରି ଭିତରେ ଯତୀନ୍ ଦାସ ମୋ ସହ ଚ୍ୟାଟ କରିବା ସହ ଏକ ପ୍ରୋଜେକ୍ଟରେ ସହଯୋଗ କରିବା ପାଇଁ ଅଫର ଦେଲେ।
ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ କାମ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁସି ହୋଇଗଲି। ଖାଲି ସେତିକି ନୁହଁ ସେ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସଙ୍କ ବାପା ହୋଇଥିବାରୁ ମୁଁ ଅଧିକ ଉତ୍ସାହିତ ହୋଇଗଲି। ଏନେଇ ମୁଁ ମୋ ପରିବାର ସହ ଆଲୋଚନା କଲି। ପ୍ରଥମ ଦିନ ସେ ତାଙ୍କ ଘରକୁ ଡାକି ନିଜର ‘ପଙ୍ଖା’ ପ୍ରୋଜେକ୍ଟ ବିଷୟରେ ଆଲୋଚନା କଲେ। ଓଡ଼ିଶାର ଆର୍ଟ ସ୍କୁଲ ପାଇଁ ଯତୀନ୍ ଦାସଙ୍କର ଏହା ଡ୍ରିମ୍ ପ୍ରୋଜେକ୍ଟ ଥିଲା।
“ଏଥିରେ ମୁଁ କିଛି କାମ କରିବା ଆରମ୍ଭ କଲି। ପରେ ସେ ମତେ ଏକ ପଙ୍ଖା ପ୍ରୋଜେକ୍ଟ ଉପରେ ଏକ ସୁନ୍ଦର ଅଟୋଗ୍ରାଫ୍ ବୁକ୍ ଦେଇଥିଲେ। ପରଦିନ ସେ ମତେ ତାଙ୍କ ଷ୍ଟୁଡିଓକୁ ଡାକିଥିଲେ। ମୁଁ ମଧ୍ୟ ଯାଇଥିଲି। ସେଠାରେ ସେ ଡ୍ରିଙ୍କ କରିବା ସହ ମତେ ବି ଅଫର କରିଥିଲେ। ହେଲେ ମୁଁ ଏଥିରେ ରାଜି ହୋଇ ନଥିଲି। ଏହାରି ଭିତରେ ସେ ମୋ ଓଠକୁ ଏକ ବେଢଙ୍ଗୀ କିସ୍ କରିବାରେ ମ୍ୟାନେଜ୍ କରିନେଇଥିଲେ। ପରେ ପୁଣି ଥରେ ଡାକିବାରୁ ମୁଁ ଅରାଜି ହୋଇଥିଲି। ଏଥିରେ ଯତୀନ୍ କହିଥିଲେ, ‘ କମନ୍, ଇଟ୍ ଉଡ୍ ବି ନାଇସ୍’। ପରେ ମୁଁ ବିରକ୍ତ ହୋଇ ସେ ଜାଗା ଛାଡ଼ି ପଳାଇ ଯାଇଥିଲି।”
ତେବେ ନିଶା ବୋରା ଆଣିଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଚିତ୍ରଶିଳ୍ପୀ ଯତୀନ ଦାସ। ସେ କହିଛନ୍ତି ଯେ,ମୋ ନାଁରେ ଆସିଥିବା ଅଭିଯୋଗ ମୋତେ ବହୁତ କଷ୍ଟ ଦେଇଛି। ମୁଁ କାହାରି ସହ କୌଣସି ପ୍ରକାର ଦୁର୍ବ୍ୟବହାର କରିନାହିଁ। ଏହା ନିହାତି ଅଭଦ୍ରୋଚିତ କାର୍ଯ୍ୟ ଏବଂ ମୁଁ ଏତେ ତଳକୁ ଖସିପାରିବିନି। ବର୍ତ୍ତମାନ ଅନେକ ମହିଳା ଏ ପ୍ରକାର ଅଭିଯୋଗ ଆଣୁଛନ୍ତି। ଏକପାଖିଆ ଅଭିଯୋଗକୁ ଠିକ ବୋଲି ନଭାବିବାକୁ ଆଶା କରୁଛି ବୋଲି ସେ କହିଛନ୍ତି।
from Odisha Reporter https://ift.tt/2Ac3ngv
No comments:
Post a Comment