
ମୁମ୍ବାଇ (ଓଡ଼ିଶା ରିପୋର୍ଟର) : #Metoo ଅଭିଯାନ୍ରେ ଫିଲ୍ମ ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୂର୍ବରୁ ଏପରି ଅଭିଯୋଗ ପାଇଁ ସେ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ହାଉସ୍ଫୁଲ୍-୪ରୁ ଓହରିଯାଇଥିଲେ। ଆଉ ଏବେ ଅଭିନେତ୍ରୀ ସଲୋନୀ ଚୋପ୍ରାଙ୍କ ପରେ ପୁଣି ଜଣେ ଅଭିନେତ୍ରୀ ସାଜିଦ୍ଙ୍କ ନାଁରେ ଅଭିଯୋଗ କରିବାପରେ ତାଙ୍କ କ୍ୟାରିଅର୍କୁ ନେଇ ପ୍ରଶ୍ନ ଉଠିଲାଣି। ଏଭଳି ଅଭିଯୋଗ ଆଣିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ୨୦୧୪ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଉଙ୍ଗ୍ଲୀ’ର ଅଭିନେତ୍ରୀ ରିଚେଲ୍ ହ୍ୱାଇଟ୍। ସେ କହିଛନ୍ତି, ତାଙ୍କ ପାଖରେ ପ୍ରମାଣ ଆକାରରେ କୌଣସି ସ୍କ୍ରିନ୍ ଶଟ୍ କି କିଛି ରେକର୍ଡିଂ ନାହିଁ। କିନ୍ତୁ ସେ ଅପେକ୍ଷା କରିଥିଲେ, ଜଣେ କେହି ଆଗକୁ ଆସିଲେ, ସେ ବି ନିଜେ ନିଭାଇଥିବା ଘଟଣା ବାବଦରେ ମୁହଁ ଖୋଲିପାରିବେ।
ସେ ଏହି ଅଭିଯୋଗ ଆଣି କହିଛନ୍ତି, ‘ଯେତେବେଳେ ମୁଁ ସଲୋନୀ ଚୋପ୍ରାଙ୍କ ବିଷୟରେ ପଢ଼ିଥିଲି ତାପରେ ମୁଁ ଜାଣିଥିଲି ମୋତେ ବି ଆଗକୁ ଯିବାକୁ ପଡ଼ିବ।ଲୋକଙ୍କୁ ଏହା ଜାଣିବା ଜରୁରୀ ଯେ, ଏହି ବ୍ୟକ୍ତି ଜଣକ ଜଣେ ସିରିୟଲ କ୍ରିମିନାଲ।’’
#MeToo ଅଭିଯାନ୍ର ଅଂଶ ହୋଇ ରିଚେଲ୍ ନିଜ କାହାଣୀ ଶୁଣାଇଥିଲେ, ‘‘ସବୁ ଷ୍ଟାର କାଷ୍ଟ୍ ଫାଇନାଲ୍ ହୋଇସାରିଥିଲା। କେବଳ ଆଉ ଜଣେ ତୃତୀୟ ଅଭିନେତ୍ରୀଙ୍କ ଆବଶ୍ୟକତା ଥିଲା। ମୋତେ ମୋ ଏଜେନ୍ସି ତରପରୁ ଫୋନ୍ ଆସିଥିଲା ଯେ, ସାଜିଦ୍ଙ୍କୁ ଫିଲ୍ମ ‘ହମ୍ସକଲ୍’ ପାଇଁ ଜଣେ ତୃତୀୟ ଲିଡ୍ ଅଭିନେତ୍ରୀଙ୍କ ଆବଶ୍ୟକତା ଅଛି। ଆଉ ସେତେବେଳେ ମୁଁ ପ୍ରଥମେ ସାଜିଦ୍ଙ୍କ ସହ ଫୋନ୍ରେ କଥା ହେଲି। ସାଜିଦ୍ ମୋତେ କହିଲେ, ହେଲୋ ବଙ୍ଗାଳୀ ବାଘୁଣୀ! ବଙ୍ଗାଳୀମାନେ ଖୁବ୍ ହଟ୍ ହୋଇଥାଆନ୍ତି। ମୋତେ ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗିଲା କାରଣ ସେତେବେଳକୁ ମୁଁ ପଶ୍ଚିମବଙ୍ଗ ଜନ୍ମିତ ବୋଲି କହି ନଥିଲି। ତାପରେ ମୁଁ ସାଜିଦ୍ଙ୍କୁ ପଚାରିଲି ତୁମେ କେମିତି ଜାଣିଲ? ଉତ୍ତରରେ ସାଜିଦ୍ କହିଥିଲେ, ମୁଁ ତୁମ ବିଷୟରେ ଗୁଗୁଲ୍ରେ ଖୋଜିଥିଲି ଡାର୍ଲିଙ୍ଗ୍।’
ରିଚେଲ୍ କହିଥିଲେ, ଏହା ପରେ ଘଟଣା ଆହୁରି ଖରାପ୍ ହୋଇଯାଇଥିଲା। ଥରେ ସାଜିଦ୍ଙ୍କ ମା’ ଘରେ ନଥିଲେ। ସେ ସମୟରେ ସାଜିଦ୍ ରିଚେଲ୍ଙ୍କୁ ତାଙ୍କ ଘରକୁ ଡାକିଥିଲେ। ଆଉ ବେଡ୍ରୁମ୍ରେ ତାଙ୍କ ସହ ଅସଦାଚରଣ କରିଥିଲେ। ରିଚେଲ୍ଙ୍କ କହିବା ଅନୁସାରେ ସାଜିଦ୍ ରିଚେଲ୍ଙ୍କ ଛାତିକୁ ଛୁଇଁଥିଲେ। ଆଉ ତାଙ୍କ ଫ୍ରାଇଭେଟ୍ ପାର୍ଟ୍ସ ବିଷୟରେ ଅଭଦ୍ର ଟିପ୍ପଣୀ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ସାଜିଦ ଖାନ୍ଙ୍କ ପୂର୍ବତନ ସହ ନିର୍ଦ୍ଦେଶକ ସଲୋନୀ ଚୋପ୍ରା ତାଙ୍କ ନାଁରେ ଯୌନ ଉତ୍ପୀଡ଼ନ, ଶାରିରୀକ ଦୁର୍ବ୍ୟବହାର ଓ ଅଶ୍ଲୀଳ ଫଟୋ ମାଗୁଥିବାର ଅଭିଯୋଗ କରିଛନ୍ତି। ଏହା ଛଡ଼ା ଅନ୍ୟ ଦୁଇ ମହିଳାବି ତାଙ୍କ ନାଁରେ ଏମିତି ଅଭିଯୋଗ ଆଣିଛନ୍ତି।
from Odisha Reporter https://ift.tt/2yBMsSL
No comments:
Post a Comment