ହ୍ୱାଟସ୍ଆପ୍ ପୋଷ୍ଟ ପାଇଁ ଯୁବକଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ହ୍ୱାଟସ୍ଆପ୍ ପୋଷ୍ଟ ପାଇଁ ଯୁବକଙ୍କୁ ମାରିଦେଲେ

ଔରଙ୍ଗାବାଦ୍‌: ହ୍ୱାଟସ୍‌ଆପ୍‌ରେ ବିରୋଧୀ ଗୋଷ୍ଠୀଙ୍କୁ ଚ୍ୟାଲେଞ୍ଜ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକଙ୍କ ଏଭଳି କାର୍ଯ୍ୟ ପାଇଁ ୨୦ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି।
ପୁଲିସ୍‌ର ସୂଚନା ଅନୁଯାୟୀ, ରବିବାର ରାତିରେ ୩୫ ବର୍ଷୀୟ ଯୁବକ ମୋଇନ୍ ମେହେମ୍ମୁଦ ପଠାନଙ୍କୁ ଔରଙ୍ଗାବାଦର ହର୍ଷଲୁ ଅଞ୍ଚଳର ଫତିମାନଗରରେ ୨୦ ଜଣ ଦୁର୍ବୃତ୍ତ ଖଣ୍ଡା, ଛୁରୀ ଓ ରଡ୍ରେ ଆକ୍ରମଣ କରିଥିଲେ।

ପୂର୍ବଶତ୍ରୁତାକୁ ନେଇ ମୋଇନ୍‌କୁ ଆକ୍ରମଣ କରାଯାଇଥିଲା। ରବିବାର ସନ୍ଧ୍ୟାରେ ମୋଇନ୍ ହ୍ୱାଟସ୍ଆପ୍ରେ ଏକ ମେସଜ୍ ପୋଷ୍ଟ କରି ତାଙ୍କ ବିରୋଧୀ ଗୋଷ୍ଠୀଙ୍କୁ ଆକ୍ରମଣ କରିବା ପାଇଁ ଚ୍ୟାଲେଞ୍ଜ କରିଥିଲେ।

ଏହାର କିଛି ଘଣ୍ଟା ପରେ ୨୦ ଜଣ ଯୁବକ ଅସ୍ତ୍ରଶସ୍ତ୍ର ଧରି ଫତିମା ନଗରରେ ପହଞ୍ଚିଥିଲେ। ମୋଇନ୍‌ ତାଙ୍କ ପୁତୁରା ଇରଫାନ୍‌ ଶୈଖ୍‌ ରହିମଙ୍କ ସହ ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

ଘଟଣାସ୍ଥଳରେ ହିଁ ମୋଇନ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁତୁରା ଇରଫାନ୍‌ ଗୁରୁତର ଆହତ ହୋଇଥିଲେ।ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କହିଛି।



from Odisha Reporter https://ift.tt/2CLTicP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages