
ନୂଆଦିଲ୍ଲୀ: ବେଆଇନ୍ ଭାବେ ଭାରତରେ ରହୁଥିବା ମୁସଲିମ୍ ରୋହିଙ୍ଗ୍ୟାମାନଙ୍କୁ କେନ୍ଦ୍ର ସରକାର ମିଆଁମାର ବିଦା କରିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ, ଆଜି ଏହାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ସମସ୍ତ ୭ ଜଣ ରୋହିଙ୍ଗ୍ୟାଙ୍କୁ ଆସାମ ପୁଲିସ୍ ମିଆଁମାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଏଭଳି ରୋହିଙ୍ଗ୍ୟାଙ୍କୁ ଭାରତର ବିଦା କରିବା ଘଟଣା ହେଉଛି ପ୍ରଥମ।
ଏମାନେ ୨୦୧୨ରେ ଭାରତରେ ପ୍ରବେଶ କରିଥିଲେ। ତେବେ ସେମାନଙ୍କୁ ଗିରଫ କରାଯାଇ ଆସାମ ଜେଲ୍ରେ ରଖାଯାଇଥିଲା।
ପ୍ରାଥମିକ ଅବସ୍ଥାରେ ଭାରତର ଆସାମରେ ବେଆଇନ୍ ଭାବେ ରହୁଥିବା ୭ ଜଣ ରୋହିଙ୍ଗ୍ୟା ନାଗରିକଙ୍କୁ ମିଆଁମାର ପଠାଇବାକୁ ଚାହୁଁଥିବା ବେଳେ ଏହା ବିରୋଧରେ ବରିଷ୍ଠ ଓକିଲ୍ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ କେଏମ୍ ଯୋଜେଫ୍ ଓ ଜଷ୍ଟିସ୍ ଏସ୍କେ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
ଆବେଦନ ଖାରଜ ହେବାରୁ ଏବେ ରୋହିଙ୍ଗ୍ୟାମାନେ ମିଆଁମାରକୁ ବିତାଡ଼ିତ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି।
ଖଣ୍ଡପୀଠ କହିଛନ୍ତି, ୭ ଜଣ ରୋହିଙ୍ଗ୍ୟା ବେଆଇନ୍ ଭାବେ ଭାରତରେ ରହୁଥିବାର ପ୍ରମାଣ ମିଳିଛି। ସେମାନଙ୍କୁ ଭାରତ ସରକାର ବିଦା କରିବାକୁ ଚାହୁଁଥିବା ବେଳେ ମିଆଁମାର ସରକାର ସେମାନଙ୍କର ନାଗରିକତ୍ୱ ସ୍ୱୀକାର କରିଛନ୍ତି। ତେଣୁ ଆମେ ଏହି ପ୍ରକ୍ରିୟାରେ ହସ୍ତକ୍ଷେପ କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
from Odisha Reporter https://ift.tt/2Qu5EJf
No comments:
Post a Comment