ଅନର୍‌ର ଏହି ସ୍ମାର୍ଟଫୋନ୍‌ରେ ୧୦ ହଜାର ଟଙ୍କା ଯାଏ ରିହାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 6, 2018

ଅନର୍‌ର ଏହି ସ୍ମାର୍ଟଫୋନ୍‌ରେ ୧୦ ହଜାର ଟଙ୍କା ଯାଏ ରିହାତି

ନୂଆଦିଲ୍ଲୀ: ଭାରତୀୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ବିଗ୍‌ ବିଲିୟନ୍‌ ସେଲ୍ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେଉଛି। ଏହି ସେଲ୍‌ରେ ବିଭିନ୍ନ ସ୍ମାର୍ଟଫୋନ୍ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏପରି ରିହାତି ବିଭିନ୍ନ କମ୍ପାନୀର ବିଭିନ୍ନ ବ୍ରାଣ୍ଡ୍‌ର ସ୍ମାର୍ଟଫୋନ୍‌ ପାଇଁ ଏବଂ ଅନ୍ୟାନ୍ୟ ଉତ୍ପାଦ ପାଇଁ ଉପଲବ୍ଧ ହେବ।

ଏହି ସେଲ୍‌ରେ ଅନର୍‌ର ଅନେକ ସ୍ମାର୍ଟଫୋନ୍‌ ବିଶେଷ ରିହାତି ସହ ମିଳୁଛି। ଏଥିମଧ୍ୟରେ  Honor 9 Lite, Honor 7A, Honor 7C, Honor Play ଓ Honor 8 Pro ସାମିଲ ରହିଛି। କମ୍ପାନୀର ୱେବସାଇଟ୍‌ରେ ଏହି ସେଲ୍‌ ୧୦ ଅକ୍ଟୋବରରୁ ଆରମ୍ଭ ହୋଇ ୧୫ ଅକ୍ଟୋବର ଯାଏ ଚାଲିବ। ସବୁଠାରୁ ଆକର୍ଷଣୀୟ ଅଫର ହେଉଛି ଅନର୍‌ ସ୍ମାର୍ଟଫୋନ୍‌ରେ ୧୦ ହଜାର ଟଙ୍କା ଯାଏଁ ରିହାତି ମିଳିବ।

ପୂଜାରେ ବ୍ୟାପକ ଶପିଂର ସୁଯୋଗ ସୃଷ୍ଟି କରିବା ପାଇଁ ଫ୍ଲିପ୍‌କାର୍ଟ ଜିରୋ ଇଣ୍ଟ୍ରେଷ୍ଟ EMIର ସୁବିଧା ମଧ୍ୟ ଦେବ। କମ୍ପାନୀ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ପାର୍ଟନରସିପ୍‌ କରିଛି। ତେଣୁ ଏଚ୍‌ଡିଏଫ୍‌ସି କାର୍ଡରେ ପେମେଣ୍ଟ କଲେ କ୍ୟାଶ୍‌ବ୍ୟାକ୍ ମଧ୍ୟ ମିଳିବ। ଏହା ବ୍ୟତୀତ ଫ୍ଲିପକାର୍ଟର ୱାଲେଟ୍ ସର୍ଭିସ୍‌ ଫୋନ୍‌ପେରେ ୧୦ ପ୍ରତିଶତ କ୍ୟାଶ୍‌ବ୍ୟାକ୍ ଦିଆଯିବ।

ଦଶହରା ଅବସରରେ କମ୍ପାନୀ ୧ ହଜାର ୮୦୦ ଟଙ୍କାର ଡିସ୍‌କାଉଣ୍ଟ ଦେବ। ଏପରିକି କିଛି ସ୍ମାର୍ଟଫୋନ୍ ମାତ୍ର ୧ ଟଙ୍କାରେ ବିକ୍ରି କରାଯିବ। ଏଥିପାଇଁ କମ୍ପାନୀର ୱେବ୍‌ସାଇଟ୍‌ରୁ ଏବେ ୧୦୦ ଟଙ୍କା, ୫୦୦ ଟଙ୍କା ଓ ୩୦୦ ଟଙ୍କାର କୁପନ୍‌ ନେବାକୁ ହେବ। ୩୦୦ ଟଙ୍କାର କୁପନ୍‌ରୁ ୫ ହଜାର ଟଙ୍କା ଯାଏ ଶପିଂ କରି ଡିସକାଉଣ୍ଟ ପାଇପାରିବେ। ସେହିଭଳି ୫୦୦ ଟଙ୍କା କୁପନ କିଣି ୧୦ ହଜାର ଟଙ୍କାର ଶପିଂ କରିପାରିବେ ଓ ୧ହଜାର ଟଙ୍କାର କୁପନରେ ୨୦ ହଜାର ଟଙ୍କାର ଶପିଂ କରି ବିଶେଷ ରିହାତି ପାଇପାରିବେ।



from Odisha Reporter https://ift.tt/2pCOJZJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages