
ଜୋହର ବାହରୁ (ମ୍ୟାଲେସିଆ): ପୁଲ୍ ପର୍ଯ୍ୟାୟରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍ର ଜୁନିୟର୍ ବାହିନୀ ସୁଲତାନ୍ ଜୋହର୍ କପ୍ ଫାଇନାଲ୍ରେ ଝୁଣ୍ଟିଛି। ଆଜିର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପ୍ରତିପକ୍ଷ ଗ୍ରେଟ୍ ବ୍ରିଟେନ୍ ଠାରୁ ୨-୩ ଗୋଲ୍ରେ ପରାସ୍ତ ହୋଇଛି। ଫଳରେ ଚାମ୍ପିୟନ ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିବା ମନଦୀପ ମୋରଙ୍କ ଦଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି।
ଶୁକ୍ରବାର ଭାରତ ମଧ୍ୟ ନିଜର ଅନ୍ତିମ ପୁଲ୍ ପର୍ଯ୍ୟାୟରେ ଗ୍ରେଟ୍ବ୍ରିଟେନ୍ଠାରୁ ୨-୩ ଗୋଲ୍ରେ ପରାସ୍ତ ହୋଇଥିଲା।
ଗତବର୍ଷ ସୁଲତାନ୍ ଜୋହର୍ କପ୍ରେ ଭାରତ ବ୍ରୋଞ୍ଜ୍ ପଦକ ଜିତିଥିଲା। କିନ୍ତୁ ଦଳ ଏଥର ଭଲ ପ୍ରଦର୍ଶନ କରିଥିବାରୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
୮ମ ସୁଲତାନ୍ ଜୋହର କପ୍ ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ଭାରତ ଗ୍ରେଟ୍ ବ୍ରିଟେନ୍ ଉପରେ ଚାପ ସୃଷ୍ଟି କରିଥିଲା। ଚତୁର୍ଥ ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍କୁ ରିବାଉଣ୍ଡରେ ବିଷ୍ଣୁକାନ୍ତ ସିଂହ ଗୋଲ୍ରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ୩ ମିନିଟ୍ ପରେ ଅର୍ଥାତ ମ୍ୟାଚ୍ର ସପ୍ତମ ମିନିଟ୍ରେ ଗ୍ରେଟ୍ ବ୍ରିଟେନ୍ର ଡାନିଏଲ୍ ୱେଷ୍ଟ ଫିଲ୍ଡ ଗୋଲ୍ ଦେଇ ସ୍ଥିତି ବରାବର କରିଦେଇଥିଲେ।
ଦ୍ୱିତୀୟ କ୍ୱାଟର୍ରେ ଉଭୟ ଦଳ ବାରମ୍ବାର ପରସ୍ପର ଉପରେ ଆକ୍ରମଣ କରିଥିଲେ ହେଁ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଫଳରେ ଫାଷ୍ଟ ହାଫ୍ ୧-୧ରେ ଶେଷ ହୋଇଥିଲା।

ତୃତୀୟ କ୍ୱାର୍ଟର୍ ଆରମ୍ଭରୁ ଗ୍ରେଟ୍ ବ୍ରିଟେନ୍ ରଣନୀତି ବଦଳାଇ ଥିଲା। ୩୯ତମ ଓ ୪୨ତମ ମିନିଟ୍ରେ ଗ୍ରେଟ୍ ବ୍ରିଟେନ୍ ପକ୍ଷରୁ ଜେମ୍ସ ଓଟସ୍ ଦୁଇଟି ଗୋଲ୍ ଦେଇ ଦଳକୁ ୩-୧ରେ ଆଗୁଆ କରିଦେଇଥିଲେ।
୪ର୍ଥ କ୍ୱାର୍ଟର୍ରେ ଭାରତ ଅଧିକ ଆକ୍ରମଣ କରିଥିଲା। ଏହାର ଫଳ ଦଳକୁ ୫୫ ତମ ମିନିଟ୍ରେ ମିଳିଥିଲା। ଭାରତ ପକ୍ଷରୁ ଅଭିଷେକ ଗୋଲ୍ ଦେଇ ସ୍ଥିତି ୨-୩କୁ ଆଣିଥିଲେ। ହେଲେ ଏହାପରେ ଗ୍ରେଟ୍ ବ୍ରିଟେନ୍ ବେଶ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଓ ଶେଷରେ ଫାଇନାଲ୍ ମ୍ୟାଚ୍କୁ ୨-୩ରେ ଜିତି ଚାମ୍ପିୟନ୍ ହୋଇଥିଲା।

ଆଜିର ମ୍ୟାଚ୍ରେ ଭାରତୀୟ ଟିମ୍ରେ ଓଡ଼ିଶା ଖେଳାଳି ଶିଳାନନ୍ଦ ଲାକ୍ରା ଖେଳିଥିଲେ ହେଁ କୌଣସି ଗୋଲ କରିପାରି ନଥିଲେ।
ଗତବର୍ଷ ସୁଲତାନ୍ ଜୋହର କପ୍ରେ ଗ୍ରେଟ୍ ବ୍ରିଟେନ୍ ରନର୍ସଅପ୍ ହୋଇଥିବା ବେଳେ ଏଥର ଚାମ୍ପିୟନ୍ ହୋଇଛି।
from Odisha Reporter https://ift.tt/2OYW3gw
No comments:
Post a Comment