ତିତ୍‌ଲି ସ୍ଥିତି ମୁକାବିଲାରେ ସରକାରଙ୍କ ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ: ଘେରିଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ତିତ୍‌ଲି ସ୍ଥିତି ମୁକାବିଲାରେ ସରକାରଙ୍କ ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ: ଘେରିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ତିତ୍‌ଲି ପରବର୍ତ୍ତୀ ପରିସ୍ଥିତିକୁ  ମୁକାବିଲାରେ ସରକାରଙ୍କ ପ୍ରସ୍ତୁତି ଓ  ପାରିବା ପଣିଆକୁ ପଦାରେ ପକାଇଛି । ଗଜପତି ଓ ଗଂଜାମରେ ବନ୍ୟାରେ  ଭାସି ମୃତ୍ୟୁବରଣ କରିଥିବା ଲୋକଙ୍କ  ସଂଖ୍ୟାକୁ ନେଇ ନେଇ  ସରକାରଙ୍କୁ କାଠଗଡ଼ାରେ ଠିଆ  କରିଛନ୍ତି ବିରୋଧୀ। ପୂର୍ବତନ ସାଂସଦ  ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରସ୍ତୁତି ଢିଲା ଥିବା  ଅଭିଯୋଗ କରିବା ସହ ବେଆଇନ ଭାବେ ସିଲ୍ ହୋଇଥିବା ତାଙ୍କ  ହେଲିକପ୍‌ଟର ହାଙ୍ଗର ଖୋଲିଥିଲେ  ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥାନ୍ତା  ବୋଲି କହିଛନ୍ତି । ଏପଟେ ଗଜପତି  ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ  ପ୍ରକାଶ କରିଥିବା ବେଳେ ମନ୍ତ୍ରୀ  ସୂର୍ଯ୍ୟପାତ୍ର କିନ୍ତୁ ଖବର ସତ୍ୟତାକୁ  ନେଇ ତାତ୍ସଲ୍ୟ କରିଛନ୍ତି।

ଜିରୋ  କାଜୁଆଲିଟି ମିଶନ ଫେଲ୍‌

ତିତ୍‌ଲି ଆସିବା ପୂର୍ବରୁ  ସରକାରଙ୍କ ଟାର୍ଗେଟ ଥିଲା ଜିରୋ କାଜୁଆଲିଟି।  ଲକ୍ଷ୍ୟ ଅନୁସାରେ ସମୁଦ୍ର  କୁଳିଆ ଗାଁରୁ  ଲୋକଙ୍କୁ ସ୍ଥାନାନ୍ତର ବି  କରାଗଲା । ସରକାର କହିଲେ ଘଣ୍ଟା  କେଇଟାରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ  ନିରାପଦ ସ୍ଥାନକୁ ନିଆଗଲା।଼ହେଲେ  ତିତ୍‌ଲି ପରର ବର୍ଷା ଓ ବନ୍ୟା ଯୋଗୁଁ  ଭଞ୍ଜନଗରରେ ଭାସିଗଲା ୭ ଟି  ମୂଲ୍ୟବାନ ଜୀବନ।  ଆଉ ଗଜପତି ଜିଲ୍ଲାର  ରାୟଗଡ ବ୍ଲକର ଗଙ୍ଗାବାଡରେ ୧୬  ଜଣଙ୍କ ମୃତ୍ୟୁକୁ ନେଇ ଏବେ ସରକାରଙ୍କ  ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଠିଆ  କରିଛି ।

କେବଳ ଉପକୂଳରେ ବାତ୍ୟା ପ୍ରଭାବ ପଡ଼ିବାକୁ ଥିବା  ଆଭ୍ୟନ୍ତରୀଣ ଜିଲ୍ଲାରେ ବି  ହୋଇଥିଲା ପ୍ରସ୍ତୁତି ? ୨- ୩ ଘଣ୍ଟାରେ ସରକାର  ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କଲେ।  ହେଲେ ଗଜପତି ଓ ସୋରଡା କଥା  ଭୁଲିଯାଇଥିଲେ କି ? ସେହିପରି ଏନ୍‌ଡିଆରଏଫ୍‌ ଟିମକୁ ମୁତୟନରେ  ସରକାର ତ୍ରୁଟି କଲେ ନାହିଁ କି? ପାଣିଘେରରେ ଥିବା ବେଳେ ଲୋକଙ୍କୁ  ହେଲିକପ୍ଚରରୁ ଖାଦ୍ୟ ନ ପକାଇ  ପାଣି  କମିବା ପରେ ଏୟାରଡ୍ରପିଂ କେତେ  ଯୁକ୍ତିଯୁକ୍ତ  ଏସବୁ ପ୍ରଶ୍ନକୁ ନେଇ  ସରକାରଙ୍କୁ କାଠ ଗଡାରେ ଠିଆ  କରିଛନ୍ତି ବିରୋଧୀ। ଟ୍ୱିଟ୍‌ କରି ପିସିସି  ସଭାପତି କହିଛନ୍ତି ପ୍ରସ୍ତୁତିରେ ଢିଲା  ଯୋଗୁଁ ଏମିତି ଅଭାବନୟ ଘଟଣା ଘଟିଲା।

ତାତ୍ସଲ୍ୟ କଲେ ମନ୍ତ୍ରୀ  

ବିରୋଧୀଙ୍କ ଅଭିଯୋଗ ଓ ଜିରୋ କାଜୁଆଲିଟି ସଂପର୍କରେ ଖାଦ୍ୟ  ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ସେ ଗଜପତି  ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ଅନ୍ୟ  ଲୋକପ୍ରତିନିଧିଙ୍କ ସହ କଥା ହୋଇଛନ୍ତି ।  ମୃତ୍ୟୁବରଣ କରିଥିବା ଲୋକଙ୍କ ସଂପର୍କରେ ତାଙ୍କ ପାଖରେ ଖବର ନାହିଁ । ବରଂ ଓଟିଭି ପାଖରେ ଥିବା ବୋଲି କହି  ତାତ୍ସ୍ୟଲ୍ୟ କରିଥିଲେ। ଏପଟେ କିନ୍ତୁ  ଗଜପତିର ଗଙ୍ଗାବାଡ ଘଟଣାକୁ  ସ୍ୱୀକାର କରିବା  ସହ ଦଃଖପ୍ରକାଶ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।



from Odisha Reporter https://ift.tt/2EhHC2Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages