
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ। ଶହୀଦ ନଗର ଥାନାରେ ଦାୟର ହୋଇଥିବା ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଜିତଙ୍କ ଗିରଫଦାରି ନେଇ କମିଶନରେଟ୍ ପୁଲିସ ଏସିପି ସ୍ପଷ୍ଟ କରିଛନ୍ତି।
ଅଭିଜିତ୍ ଆଜି ଶହୀଦନଗର ଥାନାରେ ହାଜର ହୋଇଥିଲେ। ପୁଲିସ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଘନ ଘନ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଗିରଫ କରାଯିବା ପରେ ଆୟରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତାଙ୍କୁ ପ୍ରଥମେ ଶହୀଦ ନଗର ଥାନାକୁ ଅଣାଯିବ। ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର ହୋଇ ପୁଣିଥରେ କ୍ଷମା ପ୍ରାର୍ଥନା କରିଥିଲେ ଅଭିଜିତ। ଗୃହ କମିଟି ଆଜି ତାଙ୍କର ବୟାନ ରେକର୍ଡ କରିଛି ଓ ତାଙ୍କୁ ପୁଣିଥରେ ନଭେମ୍ବର ୨ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି।
from Odisha Reporter https://ift.tt/2z6hy5l
No comments:
Post a Comment