ଏସିଡିଟିର ଅମୋଘ ଅସ୍ତ୍ର ରୂପେ କାମ କରେ ରସୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଏସିଡିଟିର ଅମୋଘ ଅସ୍ତ୍ର ରୂପେ କାମ କରେ ରସୁଣ

ରସୁଣକୁ ଆମେ ସାଧାରଣତଃ ଖାଦ୍ୟ ଭାବେ ବ୍ୟବହାର କରିଥାଉ।  ତରକାରୀର ସ୍ୱାଦ ବଢ଼ାଇ ଥାଏ ରସୁଣ। ଆମିଶ ହେଉ କି ନିରାମିଶ ଭୋଜନ ଏହାକୁ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନଭାବେ ବ୍ୟବହାର କରାଯାଇଥାଏ।  ହେଲେ ଏହି ରସୁଣରେ ମଧ୍ୟ ଆୟୁର୍ବେଦିକ୍‌ ଗୁଣ ରହିଛି। ଯାହା ଶରୀର ପାଇଁ ଏକାନ୍ତ ଜରୁରୀ। ଏଥିସହ ବହୁ ରୋଗର ମହୋଷଧୀ ହେଉଛି ରସୁଣ। କାରଣ ରସୁଣରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥାଏ । ତେବେ ଆସନ୍ତୁ ଜାଣିବା ରସୁଣକୁ କେମିତି ଖାଇଲେ ଆମକୁ କ’ଣ ସବୁ ଫାଇଦା ମିଳିଥାଏ।

ରସୁଣ ଖାଇବାଦ୍ୱାରା ରକ୍ତ ଜମାଟ ବାନ୍ଧେ ନାହିଁ ଏବଂ ହୃଦ୍‌ ରୋଗଜନିତ ସମସ୍ୟା କମ୍ ଦେଖାଯାଇଥାଏ । ରସୁଣ ଏବଂ ମହୁ ମିଶାଇ ଖାଇବା ଦ୍ୱାରା ହୃଦୟ ପରିଷ୍କାର ରହିଥାଏ । ଯାହାଦ୍ୱାରା ଠିକ୍‌ ଭାବେ ରକ୍ତ ସଞ୍ଚାଳିତ ହୋଇଥାଏ ।

ସେହିପରି ରସୁଣ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ । ଏସିଡିଟି  ସମସ୍ୟା  ଥିଲେ ଏହା ଅମୋଘ ଅସ୍ତ୍ର ରୂପେ କାମ କରେ । ଖାଲିପେଟରେ ରସୁଣ ଖାଇବା ଅତ୍ୟନ୍ତ ଲାଭଦାୟକ । ଖାଲିପେଟରେ ରସୁଣ ସେବନ ଯୋଗୁ ପାଚନକ୍ରିୟା ଠିକ୍‌ରେ ଚାଲିଥାଏ। ଆଉରି ମଧ୍ୟ ଏହା ଭୋକ ବଢ଼ାଇବାରେ ସାହାଯ୍ୟ କରେ । ପେଟରେ ସୃଷ୍ଟି ହେଉଥିବା ଅମ୍ଳ ଉତ୍ପାଦନ ବନ୍ଦ କରେ ।

ରସୁଣ ସହିତ ମହୁ ମିଶାଇ ସେବନ କରିବା ଦ୍ଵାରା ଧମନୀ ରେ ଜମିଥିବା କୋଲେଷ୍ଟ୍ରୋଲ୍ ମଧ୍ୟ ଦୂର ହୋଇଯାଇଥାଏ।  ଖାଦ୍ୟ ହଜମ ହେଉ ନ ଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଅନ୍ତୁ। ଏହା ହଜମ ଶକ୍ତି ବଢ଼ାଇଥାଏ।  ସେହିପରି ଯଦି ଆପଣଙ୍କୁ ନିଦ ନ ହେଉଛି ତେବେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କ୍ଷୀର ସହିତ ରସୁଣକୁ ମିଶାଇପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ ଜାରି ରଖିଲେ ଆପଣ ସୁଖନିଦ୍ରାର ଲାଭ ପାଇବେ।



from Odisha Reporter https://ift.tt/2z138TI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages