କେମିତି ଆରମ୍ଭ ହେଲା ସିବିଆଇର ନଂ ୧ ଓ ନଂ ୨ଙ୍କ ମଧ୍ୟରେ ଯୁଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

କେମିତି ଆରମ୍ଭ ହେଲା ସିବିଆଇର ନଂ ୧ ଓ ନଂ ୨ଙ୍କ ମଧ୍ୟରେ ଯୁଦ୍ଧ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ)ର ନଂ ୧ ଆଲୋକ ବର୍ମା ଓ ନଂ ୨ ରାକେଶ ଆସ୍ଥାନାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଭୟଙ୍କର ରୂପ ଧାରଣ କରିଛି। ଏହି ବିବାଦ ମଧ୍ୟରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ଆଜିଠାରୁ ଦୁଇ ଅଧିକାରୀଙ୍କୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ପଠାଇ ଦେଇଛନ୍ତି। ସେହିପରି ସିବିଆଇର ମଧ୍ୟବର୍ତ୍ତୀକାଳିନ ମୁଖ୍ୟ ଭାବେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର ଏମ ନାଗେଶ୍ୱର ରାଓଙ୍କୁ ଦାୟିତ୍ୱ ଦିଆଯାଇଛି। ତଥାପି ଏହି ବିବାଦ ଥମିବାର ନାଁ ଧରୁନି।

ତେବେ କେମିତି ଆରମ୍ଭ ହୋଇଥିଲା ଦୁଇ ଶୀର୍ଷ ରାଙ୍କ ଅଫିସରଙ୍କ ମଧ୍ୟରେ ବିବାଦ

୧: ୨୦୧୭ ଅକ୍ଟୋବର ମାସରୁ ହିଁ ବର୍ମା ଓ ଆସ୍ଥାନାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଆସ୍ଥାନାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ସିଭିସିର ୫ ଜଣିଆ କମିଟି ସହ ଶ୍ରୀ ବର୍ମା ବୈଠକ କରିଥିଲେ। ଏହି ସମୟରେ ସେ ଆସ୍ଥାନାଙ୍କ ନିଯୁକ୍ତି ତଥା ପଦୋନ୍ନତିକୁ ଜୋରଦାର ବିରୋଧ କରିଥିଲେ।

୨: ଆସ୍ଥାନା ଷ୍ଟର୍ଲିଂଗ ବାୟୋଟିକ୍‌ କେସ୍‌ରେ ସଂପୃକ୍ତ ଥିବାରୁ ତାଙ୍କୁ ସିବିଆଇର ଦ୍ୱିତୀୟ କ୍ଷମତା କେନ୍ଦ୍ର କରାଯିବା ଘଟଣାକୁ ଶ୍ରୀ ବର୍ମା ବିରୋଧ କରିଥିଲେ। ତେବେ ସିଭିସି କମିଟି ବର୍ମାଙ୍କ ଅଭିଯୋଗକୁ ଅଣଦେଖା କରି ଶ୍ରୀ ଆସ୍ଥାନାଙ୍କୁ ନିଯୁକ୍ତି ଦେଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଆସ୍ଥାନାଙ୍କ ସପକ୍ଷରେ ରୁଲିଂ ଦେଇଥିଲେ।

୩: ସିବିଆଇ ମୁଖ୍ୟ ବର୍ମା ବିଦେଶରେ ଥିବା ବେଳେ ସିଭିସି ପକ୍ଷରୁ ଜୁଲାଇ ୧୨ରେ ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ ସିବିଆଇରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆସ୍ଥାନାଙ୍କୁ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଶ୍ରୀ ବର୍ମା ଏହା ବିରୋଧରେ ଆପତ୍ତି ଉଠାଇବା ସହ ତାଙ୍କ ବଦଳରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସ୍ଥାନା ନେତୃତ୍ୱ ନେଇପାରିବେ ନାହିଁ ବୋଲି କହି ସିଭିସିକୁ ଚିଠି ଲେଖିଥିଲେ।

୪: ଅଗଷ୍ଟ ୨୪ରେ ଶ୍ରୀ ଆସ୍ଥାନା ସିଭିସି ଓ କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ବର୍ମା କେଉଁ କେଉଁ ଦୁର୍ନୀତିରେ ସଂପୃକ୍ତ ତା’ର ତଥ୍ୟ ଦେଇଥିଲେ। କେବଳ ବର୍ମା ନୁହନ୍ତି, ସିବିଆଇରେ ତାଙ୍କ ରାଇଟ୍‌ ହ୍ୟାଣ୍ଡ ଭାବେ କାର୍ଯ୍ୟ କରୁଥିବା ଅତିରିକ୍ତ ନିର୍ଦ୍ଦେଶକ ଏକେ ଶର୍ମା ଓ ଅନ୍ୟ କିଛି ବ୍ୟକ୍ତିଙ୍କ ବିରୋଧରେ ଚିଠିରେ ଉଲ୍ଲେଖ କରିଥିଲେ। ଆସ୍ଥାନାଙ୍କ କହିବା କଥା ହାଇଦ୍ରାବାଦର ବ୍ୟବସାୟୀ ସତୀଶ ବାବୁ ସାନା ମାଂସ ମାଫିଆ ମୋଇନ୍‌ କ୍ୟୁରେସୀଙ୍କ ମାମଲାରେ ନିସ୍ତାର ପାଇବା ପାଇଁ ଶ୍ରୀ ବର୍ମାଙ୍କୁ ୨ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି।

୫: ଗତ ସପ୍ତାହରେ ଶ୍ରୀ ଆସ୍ଥାନା ପୁଣିଥରେ ସିଭିସି ଓ କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଥିଲେ। ସେ ଏଥିରେ କହିଥିଲେ, ସତୀଶଙ୍କୁ ମୁଁ ଗତ ମାସରେ ଗିରଫ କରିବାକୁ ଚାହିଁଥିଲି କିନ୍ତୁ ଶ୍ରୀ ବର୍ମା ଏହାକୁ ଏଡ଼ାଇ ଦେବାକୁ କହିଥିଲେ। ସେହିପରି ଫେବୃଆରୀ ମାସରେ ଆସ୍ଥାନାଙ୍କ ଟିମ୍‌ ସତୀଶଙ୍କୁ ପଚରାଉଚରା କରିବାକୁ ଚାହିଁଥିଲା। କିନ୍ତୁ ବର୍ମା ଫୋନ୍‌ କରି ଟିମ୍‌ର ସଦସ୍ୟମାନଙ୍କୁ ଏପରି ନ କରିବାକୁ କହିଥିଲେ।

୬: ଏହି ସମୟରେ ଶ୍ରୀ ବର୍ମା ସିବିଆଇର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାରୁ ଶ୍ରୀ ଆସ୍ଥାନାଙ୍କୁ ହଟାଇ ଦେଇଥିଲେ। ଏହି ମାମଲାଗୁଡ଼ିକ ମଧ୍ୟରେ ଦିଲ୍ଲୀ ସରକାର, ଆଇଆର୍‌ସିଟିସି, ପି ଚିଦାମ୍ବରମ୍‌ ମନି ଲଣ୍ଡରିଂ ମାମଲା ରହିଛି।

୭: ଅକ୍ଟୋବର ୪ରେ ସିବିଆଇ ଗିରଫ କରିଥିବା ସତୀଶଙ୍କୁ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରିଥିଲା। ଏହି ସମୟରେ ସେ ଆସ୍ଥାନାଙ୍କୁ ୩ କୋଟି ଟଙ୍କା ଲାଞ୍ଚ ଦେଇଥିବା କହିଥିଲେ।

୮: ଅକ୍ଟୋବର ୧୫ରେ ସିବିଆଇ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ ମାମଲା ରୁଜୁ କରିଥିଲା।



from Odisha Reporter https://ift.tt/2q8f0PO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages