ଇତିହାସରେ ପ୍ରଥମ, ଏକ ଡଲାର @ ୭୪ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଇତିହାସରେ ପ୍ରଥମ, ଏକ ଡଲାର @ ୭୪ ଟଙ୍କା

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କୁ ଦେଖିବାକୁ ପଡିଛି ଆଜି ଆଉ ଏକ ମହଙ୍ଗା ଦିବସ। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି। ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୭୪ ସ୍ତର ଛୁଇଁଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ ପରିବର୍ତ୍ତନ କରାଯାଇ ନ ଥିବା ବେଳେ ବଜାର ପ୍ରଭାବରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କା ସ୍ତର ଛୁଇଁଲାଣି। ଅର୍ଥାତ ଭାରତୀୟଙ୍କୁ ଏବେ ଏକ ଡଲାର ପାଇଁ ୭୪ ଟଙ୍କା ଦେବାକୁ ପଡ଼ିବ।

ଅନ୍ୟ ଏକ ଦିଗରୁ ତର୍ଜମା କଲେ ଦିନକ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଆଜି ସକାଳୁ ସାରା ଦେଶରେ ଉଭୟର ଦର ପ୍ରାୟ ୨ଟଙ୍କା ୫୦ ପଇସା କମିଛି। କିନ୍ତୁ ଯଦି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ହୁଏ ତେବେ ଆମକୁ ଅଶୋଧିତ ତୈଳ ପାଇଁ ଅଧିକ ମୂଲ୍ୟ ଗଣିବାକୁ ପଡ଼ିବ। ଫଳରେ ଖୁଚୁରା ବଜାରରେ ତୈଳଦର ବୃଦ୍ଧି ଘଟିବା ଏକ ପ୍ରକାରର ସୁନିଶ୍ଚିତ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଖାଲି ସେତିକି ନୁହେଁ, ଏହାକୁ ଆହୁରି ତୀବ୍ର କରିବ ଭାରତୀୟଙ୍କ ତୈଳ ଚାହିଦା। ଆମେ ଦୈନିକ ଯେତେ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରୁଛେ ତା’ର ପ୍ରାୟ ୮୦% ବିଦେଶରୁ ଆମଦାନୀ ହେଉଛି। ସେହିପରି ପେଟ୍ରୋଲ ଡିଜେଲ ସାଧାରଣ ଜନଜୀବନ ସହିତ ଅତି ନିବିଡ଼ ଭାବେ ଜଡ଼ିତ ଥିବାରୁ ଦର ଦର ବଢ଼ିଲେ ସମସ୍ତଙ୍କୁ ମହଙ୍ଗା ବଜାରର ମାଡ଼ ଖାଇବାକୁ ପଡ଼ିବ।



from Odisha Reporter https://ift.tt/2ICYiR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages