
ମୁମ୍ବାଇ: ବଲିଉଡ୍ରେ ଆରମ୍ଭ ହୋଇଯାଇଛି ବିବାହ ଋତୁ। ମାନେ ଆଗାମୀ କିଛି ଦିନ ମଧ୍ୟରେ ବି-ଟାଉନ୍ର କିଛି ହଟ୍ ଯୋଡ଼ି ହାତରୁ ଦି ହାତ ହୋଇଯିବେ। ପ୍ରଥମେ ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍ ପରେ ରଣବୀର୍ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଉ ଏବେ ଏହି ତାଲିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଯୋଡ଼ି ହୋଇଛନ୍ତି। ଶୁଣିବାକୁ ମିଳୁଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଖୁବ୍ ଶୀଘ୍ର ହାତ ଗଣ୍ଠି ପଡ଼ିବାକୁ ଯାଉଛି। ଏହି ଖବରରେ ପୂରା ବଲିଉଡ୍ ଏବେ ଉଠୁଛି ପଡ଼ୁଛି। ପୂର୍ବରୁ ସେମାନଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଖବର ଆସୁଛି ଦୁହେଁ କୁଆଡ଼େ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଏଥିପାଇଁ ଦୁହେଁ ରିଷି କପୁରଙ୍କ ଚିକିତ୍ସା ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। କାରଣ ରଣବୀରଙ୍କ ପିତା ରିଷି କପୁର ଏବେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଆମେରିକାରେ ଚାଲିଛି। କୁହାଯାଉଛି ରିଷି କପୁର ସୁସ୍ଥ ହୋଇ ଫେରିଲେ ଉଭୟଙ୍କ ବିବାହ ତାରିଖ ସ୍ଥିର ହୋଇପାରେ।
କପୁର୍ ଓ ଭଟ୍ଟ ପରିବାର ଏହି ସମ୍ପର୍କକୁ ନେଇ ଖୁବ୍ ଖୁସି ମଧ୍ୟ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶନା ତଥା କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରୁ ରଣବୀର ଏବଂ ଆଲିଆଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।
କିଛିଦିନ ହେବ ଦୁହିଁଙ୍କୁ ସବୁ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି।
ଏମିତିକି ଆଲିଆ ଇନ୍ଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଉଭୟେ ଅଛନ୍ତି। ଆଉ ରଣବୀର ହିଁ ତାଙ୍କ ମନର ମଣିଷ ବୋଲି ଆଲିଆ ଦର୍ଶାଇବାକୁ ଚାହିଁଛନ୍ତି। ଯାହା ଜଣା ପଡ଼ୁଛି ଦୁହିଁଙ୍କ ବାହାଘରକୁ ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
from Odisha Reporter https://ift.tt/2Sy3bzw
No comments:
Post a Comment