
(ଓଡ଼ିଶା ରିପୋର୍ଟର): କ୍ୟାନନ୍ ଇଣ୍ଡିଆ ୨ଟି ହାଲ୍କା ଏବଂ ପୋର୍ଟେବଲ୍ ପ୍ରୋଜେକ୍ଟର୍ ବାବଦରେ ଘୋଷଣା କରାଯାଇଛି, ଯାହାକି ମୋବାଇଲ୍ ଏବଂ ଟାବ୍ଲେଟ୍ରେ କଏଦ ଦୃଶ୍ୟକୁ ସହଜରେ ପ୍ଲେ କରିପାରୁଛି। ଏହି ଦୁଇ ପ୍ରୋଜେକ୍ଟର ରାୟୋ ଆଇ୫ ଏବଂ ରାୟୋ ଆର୍୪ର ମୂଲ୍ୟ ଯଥାକ୍ରମେ ୩୦ ହଜାର ଟଙ୍କା ଏବଂ ୫୦ ହଜାର ଟଙ୍କା ରହିଛି।

ଆର୍ ୪ର ଓଜନ୍ ମାତ୍ର ୧୬୯ ଗ୍ରାମ୍ ଥିବାବେଳେ ରାୟୋ ଆଇ୫ର ଓଜନ୍ ୨୬୦ ଗ୍ରାମ୍ ରହିଛି। ଏଥିରେ ଓୟାରଲେସ୍ ସୁବିଧା ଥିବାରୁ ନିଜର ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ରୁ ମିରରିଂ ଏବଂ ଡିଏଲ୍ଏନ୍ଏ ଟେକ୍ନୋଲୋଜି ଜରିଆରେ ଆରାମ୍ରେ ଫିଲ୍ମ କିମ୍ବା ଅନ୍ୟ ବିଷୟବସ୍ତୁ ପ୍ଲେ କରିହେବ। ଏଥିରେ ମିନି ଟ୍ରାଇପଡ୍ ମଧ୍ୟ ରହିଛି ଯାହାକି ଏହି ଡିଭାଇସ୍କୁ ଆହୁରି ସରଳ କରିପାରିଛି।
କ୍ୟାନନ୍ ରାୟୋ ଆଇ୫ରେ ୧୯୦୦ ଏମ୍ଏଏଚ୍ର ବ୍ୟାଟେରୀ ରହିଛି, ଯାହାକି ସାଧାରଣ ବ୍ରାଇଟ୍ନେସ୍ ସହିତ ୧୨୦ ମିନିଟ୍ ଯାଏ ଚାଲିପାରିବ।
from Odisha Reporter https://ift.tt/2NpyUPw
No comments:
Post a Comment