ଏମିତି ବି ବଞ୍ଚିଯାଇପାରେ ଜୀବନ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଏମିତି ବି ବଞ୍ଚିଯାଇପାରେ ଜୀବନ, ଦେଖନ୍ତୁ ଭିଡିଓ

(ଓଡ଼ିଶା ରିପୋର୍ଟର): ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ର ଭାଇରାଲ ହୋଇଥିବା ଦୃଶ୍ୟ ଦେଖିଲେ ଆପଣଙ୍କର ଆଖି ମଧ୍ୟ ବନ୍ଦ ହୋଇଯିବ। ଆଉ ଆପଣ ମଧ୍ୟ କହିବେ, ସତରେ ସୂତେ ସୂତେରେ ବଞ୍ଚିଯାଇପାରେ ଜୀବନ।

ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଚଳନ୍ତା ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସମେତ ୩ଜଣ ଯାତ୍ରୀ ଡୋର୍‌ ପାଖରେ ଛିଡ଼ାହୋଇ ବିପଦସଙ୍କୁଳଭାବେ ଯାତ୍ରା କରୁଛନ୍ତି। ସବୁକିଛି ଠିକ୍ ଥିଲା, ଯେତେବେଳ ପର୍ଯ୍ୟନ୍ତ ଅନ୍ୟ ଏକ ଟ୍ରାକ୍‌ରେ ମଧ୍ୟ ଦ୍ରୁତଗତିରେ ଆଉ ଏକ ଟ୍ରେନ୍‌ ଆସିନଥିଲା। ଏହି ଟ୍ରେନ୍‌ ଆସିବା ପରେ ପରେ ହିଁ ଆରାମରେ ଡୋର୍‌ ପାଖରେ ଛିଡ଼ା ହୋଇଥିବା ଯୁବତୀ ଜଣକ ହଠାତ୍‌ ଭାରସାମ୍ୟ ହରାଇ ତଳକୁ ଖସିଯଇଥିଲେ।

ସେଭଳି କିଛି ଭୟଙ୍କର ଘଟଣା ଘଟିବା ଆଗରୁ ସହଯାତ୍ରୀ ଯୁବତୀଙ୍କ ହାତ ଧରି ତାଙ୍କୁ ଉପରକୁ ଭିଡ଼ି ଆଣିବାର ଦୃଶ୍ୟ ଦେଖିଲେ ସତରେ ଲୋମ ଟାଙ୍କୁରି ଉଠିବ। ଏହି ଯୁବତୀଙ୍କ ନାମ ପୂଜା ଭୋଁସ୍‌ଲେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2xXHShX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages